Advertisment

Patnagarh Parcel Bomb Case: ପାଟଣାଗଡ଼ ପାର୍ସଲ ବୋମା ମାମଲା; ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଭିଯୁକ୍ତ ପୁଞ୍ଜିଲାଲ ମେହର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଜାମିନ ପିଟିସନ ଉପରେ ଶୁଣାଣି କରି ୪ ସପ୍ତାହ ଭିତରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Patnagarh Wedding Gift Blast

Patnagarh Wedding Gift Blast

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମାସକ ମଧ୍ୟରେ ଶୁଣାଣି ଶେଷ କରିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଭିଯୁକ୍ତ ପୁଞ୍ଜିଲାଲ ମେହର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଜାମିନ ପିଟିସନ ଉପରେ ଶୁଣାଣି କରି ୪ ସପ୍ତାହ ଭିତରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ପୂର୍ବରୁ ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି ଶେଷ ପାଇଁ କହିଥିଲେ । ମାମଲାରେ ୬୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସାରିଥିବା ବେଳେ ଆଉ ୨ ଜଣଙ୍କ ସାକ୍ଷ୍ୟ ପ୍ରଦାନ ବାକି ରହିଥିବା ସୂଚନା ମିଳିଛି । ୨୦୧୮ ମସିହା ଫେବୃଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ପାର୍ସଲ ବୋମା ବିସ୍ଫୋରଣରେ ୨ ଜଣଙ୍କ ଜୀବନ ଯାଇଥିଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ସେବେଠାରୁ ବିଚାର ବିଭାଗୀୟ ହାଜତରେ ରହିଛି । 

ଅଧିକ ପଢ଼ନ୍ତୁ: ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...

ପାଟଣାଗଡ଼ ସହରର ବରହମ୍ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ସୌମ୍ୟଶେଖରଙ୍କ ସମ୍ପର୍କୀୟ ଜେଜେ ମା’ଙ୍କ ମୃତ୍ୟୁ ଘଟିଥିଲା।

Advertisment

ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।  ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଘଟଣାରେ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଏକାଠି ଗୋଟିଏ କଲେଜରେ କାମ କରୁଥିବା ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ଗିରଫ କରିଥିଲା। ଏହି ମାମଲାରେ କୋର୍ଟରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ହୋଇଛି। ସେପଟେ ଗିରଫ ହୋଇ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ଜେଲ୍‌ରେ ଅଛି ।

ଅଧିକ ପଢ଼ନ୍ତୁ: କାହିଁକି କରିଥିଲେ ଅପହରଣ? କ’ଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ?

Supreme Court Patnagarh Wedding Gift Blast Patnagarh Wedding Gift Blast Blast
Advertisment
Advertisment