/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750557904.jpg)
US Attacks Iran
ଅସ୍ତ୍ର ଧରିଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଧସେଇ ପଶିଛି ଆମେରିକା । ଇରାନ ଉପରେ ଆମେରିକା କରିଛି ବଡ଼ ଧରଣର ଆକ୍ରମଣ । ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ସୂଚନା ଦେଇ କହିଛନ୍ତି, ଏବେ ଶାନ୍ତିର ସମୟ ଆସିଛି । ସୋସିଆଲ ମିଡିଆ X ରେ ଟ୍ରମ୍ପ ପୋଷ୍ଟ କରି ଲେଖିଛନ୍ତି, "ଆମେ ସଫଳତା ପୂର୍ବକ ଇରାନର ୩ଟି ନ୍ୟୁକ୍ଲିୟର ସାଇଟ୍ ଫରଡୋ, ନଟାଞ୍ଜ ଏବଂ ଏସଫାହାନରେ ଆଟାକ୍ କରିଛୁ । ଆମେରିକାର ବୀର ସୈନ୍ୟ ମାନଙ୍କୁ ଶୁଭେଚ୍ଛା । ବିଶ୍ୱରେ କେଉଁ ବି ସେନା ଏପରି କରିପାରିନାହାନ୍ତି । ବର୍ତ୍ତମାନ ଶାନ୍ତିର ସମୟ ଆସିଛି ।"
ସେପଟେ ଏହି ଆକ୍ରମଣ ନେଇ ଇରାନ ପ୍ରତିକ୍ରିୟା ରଖିଛି । ଶତ୍ରୁରାଷ୍ଟ୍ର ଆମ ଉପରେ ଆକ୍ରମଣ କରିଛି କହିବା ସହ ଆମେରିକା ଆକ୍ରମଣକୁ ନିନ୍ଦା କରିଛି ଇରାନ । ସେପଟେ ଆଜି ଆମେରିକାବାସୀଙ୍କୁ ସମ୍ୱୋଧନ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ-ଆମେରିକା ଯୁଦ୍ଧ ନେଇ ପ୍ରେସମିଟ୍ କରିଛନ୍ତି ଟ୍ରମ୍ପ । ସୂଚନାଯୋଗ୍ୟ, ଆମେରିକା ଦ୍ୱାରା ଇରାନର ୩ଟି ନ୍ୟୁକ୍ଲିୟର ସାଇଟ୍ରେ ଆଟାକ୍ କରାଯାଇଛି । ଏହି ଆକ୍ରମଣ ପରେ ବେଞ୍ଜାମିନ ନେତ୍ୟାନାହୁ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ନ୍ୟୁକ୍ଲିୟର ଆଟାକ୍ ବିଷୟରେ କଥାବାର୍ତ୍ତା ହୋଇଛି । ସେପଟେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘନି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି । ଆମେରିକା ଯୁଦ୍ଧରେ ସାମିଲ ହେଲେ ଆହୁରି ଭୟଙ୍କର ପରିସ୍ଥିତି ହେବ ବୋଲି ସେ କହିଛନ୍ତି । ଅପରପକ୍ଷେ ଏହି ଆକ୍ରମଣ ପରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)