Advertisment

Puri Stampede: ଶରଧାବାଲି ଅଘଟଣ: ‘ଅବହେଳା ଯିଏ କରିଛନ୍ତି, ତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ’

ଯେଉଁମାନଙ୍କ ଅବହେଳା ପାଇଁ ଏହି ଅଘଟଣ ହୋଇଛି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

‘ଅବହେଳା ଯିଏ କରିଥିବ କଠିନ ଦଣ୍ଡ ପାଇବ’

ପୁରୀ ଶରଧାବାଲି ଅଘଟଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, କୌଣସି ନା କୌଣସି ଠାରେ ଅବହେଳା କାରଣରୁ ଏଭଳି ଅଘଟଣ ହୋଇଛି । ଅବହେଳା ଯିଏ କରିଛନ୍ତି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । ଅବହେଳାଜନିତ କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ପଦକ୍ଷେପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Advertisment

ସେହିପରି ସେ ଆହୁରି କହିଛନ୍ତି, ଗତକାଲି ରାତି ୧୨ ସୁଦ୍ଧା ସମସ୍ତ ନୀତିକାନ୍ତି ସରି ପହଡ଼ ହୋଇଥିଲା । ଆଜି ସକାଳେ ପହଡ଼ ଖୋଲିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଥିଲା । ସେଥିପାଇଁ କିଛି ଭକ୍ତ ଶରଧାବାଲିରେ ତଳେ ବସିଥିଲେ । ତେବେ ପହଡ଼ ଖୋଲିବା ପରେ ଭକ୍ତ ପଛରୁ ମାଡ଼ି ଆସିବା ପରେ ଏହି ଅଘଟଣ ହୋଇଥିଲା । ତେବେ ଯେଉଁମାନଙ୍କ ଅବହେଳା ପାଇଁ ଏହି ଅଘଟଣ ହୋଇଛି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଶରଧାବାଲି ଅଘଟଣ: କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ; କହିଲେ, ଏଭଳି ଅବହେଳା ଅକ୍ଷମଣୀୟ

Advertisment

ସୂଚନା ଅନୁସାରେ, ଆଜି ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭୋରରେ ହୋଇଥିଲା ଠେଲାପେଲା ସ୍ଥିତି। ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା। ଭୋର୍ ୪ଟାରେ ଅଘଟଣ ଘଟିଥିଲା। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଥିବାବେଳେ ଠେଲାପେଲାରେ ୨ ମହିଳା ଭକ୍ତ ଓ ଜଣେ ପୁରୁଷ ଭକ୍ତଙ୍କ ମୃତ୍ୟୁ ଘଟିଛି। ୩ ମୃତକ ହେଲେ ପ୍ରଭାତୀ ଦାସ, ବାସନ୍ତୀ ସାହୁ ଏବଂ ପ୍ରେମକାନ୍ତ ମହାନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଭିଡ଼ ଭିତରେ ଚାରମାଳ ବୋଝେଇ ୨ଟି ଟ୍ରକ ପଶିବାରୁ ଆରମ୍ଭ ହୋଇଥିଲା ଠେଲାପେଲା। ଏହାପରେ ଅଘଟଣ ଘଟିଥିବା ଅଭିଯୋଗ ହେଉଛି। ସୂଚନା ମୁତାବକ, ରାତି ସାଢେ ୧୨ଟାରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିଲା। ଭୋର୍ ୩ଟା ୪୫ରେ ପହୁଡ଼ ଖୋଲିଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ପ୍ରବଳ ଭିଡ଼ ଥିଲା। ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ କେହି ପୋଲିସ ଉପସ୍ଥିତ ନଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

Odisha Puri Law Minister Stampede
Advertisment
Related Articles
Advertisment