Advertisment

Stampade Death: ପାଣି ଟୋପାଏ ଦେଲାନି ପୋଲିସ, ଛଟପଟ ହୋଇ ମରିଗଲା ମୋ ସ୍ତ୍ରୀ

ପ୍ରାୟ ଅଧ କିମି ଦୂର ଯାଏ ସ୍ତ୍ରୀକୁ କାନ୍ଧରେ ବୋହି ନେବାକୁ ପଡିଥିଲା। ଯାହା ଫଳରେ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ପାଣି ପାଇଁ ଡାକୁ ଥିଲେ ମଧ୍ୟ ପୋଲିସ ପାଣି ଦେବା ଫଳରେ ସେ ସ୍ଥାନ ଛାଡି ପଳାଇଥିଲା।

author-image
Saroj Kumar Jena
police

police

ପୁରୀ ଶରଧାବାଲିରେ ଅଘଟଣ । ଦଳାଚକଟା କାରଣରୁ ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ଜଣେ ମୃତକ ଖୋର୍ଦ୍ଧାର ବାସନ୍ତୀ ସାହୁ ପ୍ରଶାସନିକ ବିଫଳତା ଆଡକୁ ଇଙ୍ଗିତ କରିଛନ୍ତି। ପୋଲିସ ପ୍ରଶାସନ ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଅଚାନକ ଟ୍ରକ ପସି ଆସିବା କାରଣରୁ ଭକ୍ତ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତାଙ୍କ ସ୍ତ୍ରୀ ଦଳା ଚକଟାରେ ତଳେ ପଡି ଯାଇଥିବା ବେଳେ ସେମାନେ ତାଙ୍କୁ ଉଦ୍ଧାର କରିଥିଲେ। ଏପରିକି ଆମ୍ବୁଲାନ୍ସ ନ ଥିବା ନେଇ ସେ ମତ ଦେଇଛନ୍ତି। ପ୍ରାୟ ଅଧ କିମି ଦୂର ଯାଏ ସ୍ତ୍ରୀକୁ କାନ୍ଧରେ ବୋହି ନେବାକୁ ପଡିଥିଲା। ଯାହା ଫଳରେ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ପାଣି ପାଇଁ ଡାକୁ ଥିଲେ ମଧ୍ୟ ପୋଲିସ ପାଣି ଦେବା ଫଳରେ ସେ ସ୍ଥାନ ଛାଡି ପଳାଇଥିଲା।

Advertisment

ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର୍ ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଥିବାବେଳେ ଠେଲାପେଲାରେ ୨ ମହିଳା ଭକ୍ତ ଓ ଜଣେ ପୁରୁଷ ଭକ୍ତଙ୍କ ମୃତ୍ୟୁ ଘଟିଛି। ୩ ମୃତକ ହେଲେ, ପ୍ରଭାତୀ ଦାସ, ବାସନ୍ତୀ ସାହୁ ଏବଂ ପ୍ରେମକାନ୍ତ ମହାନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭୋରରୁ ଶରଧାବାଲିରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଭିଡ଼ ଭିତରେ ଚାରମାଳ ବୋଝେଇ ୨ଟି ଟ୍ରକ ପଶିବାରୁ ଆରମ୍ଭ ହୋଇଥିଲା ଠେଲାପେଲା।

ପୁରୀ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ। ପହୁଡ଼ ଖୋଲିବା ପରେ ହଠାତ ଭକ୍ତଙ୍କ ଭିଡ଼ ଦେଖାଦେଇଥିଲା। ଭିଡ଼ ପାଇଁ ପ୍ରାୟ ୯ ଜଣ ଅଣନିଶ୍ବାସୀ ହୋଇ ଯାଇଥିଲେ ବୋଲି କହିଛନ୍ତି। କିପରି ଘଟିଲା ଅନୁଧ୍ୟାନ କରିବୁ ବୋଲି କହିଛନ୍ତି ଜିଲ୍ଲାପାଳ। ସେହିଭଳି ରଥ ଚାରିପାଖରେ ପୋଲିସ କର୍ମୀ ମୁତୟନ ଥିଲେ। ପୋଲିସ ମୁତୟନରେ କମ୍ କରାଯାଇନି ବୋଲି ପୁରୀ ଏସ୍ ପି କହିଛନ୍ତି।

Advertisment

ଅଧିକ ଭକ୍ତଙ୍କ ଉପସ୍ଥିତିରୁ ଠେଲାପେଲା ପରସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ଭୋର ୪.୨୦ରେ ଏଭଳି ହୋଇଥିବା ସୂଚନା ମିଳିଛି। ଚାରକାଠ ବୋଝେଇ ଟ୍ରକ ଭକ୍ତଙ୍କ ଭିଡ ମଧ୍ୟରେ ପଶିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୫୦ ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ୫୦୦ରୁ ଅଧିକ ଭକ୍ତ ପ୍ଲାଷ୍ଟିକ ମ୍ୟାଟ ପକାଇ ବସିଥିଲେ। ଅଚାନକ ଟ୍ରକ ଆସିବାରୁ ଏଭଳି ଭୟାନକ ପରସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ଭିଡ ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ପୋଲିସ କର୍ମୀ ଉପସ୍ଥିତ ନ ଥିବା ପ୍ରକାଶ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ତେଣେ ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମୁଖ୍ୟମନ୍ତ୍ରୀ ଏନେଇ ଖୁବଶୀଘ୍ର ପଦକ୍ଷେପ ନେବେ।‘ଆକ୍ସନ ଓ ତଦନ୍ତ ନେଇ ନିଷ୍ପତ୍ତି ଖୁବ ଶୀଘ୍ର ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Puri Accident Stampede
Advertisment
Advertisment