/odishatv-khabar/media/post_attachments/uploadimage/library/16_9/16_9_0/adapa_1751166346.jpg)
adapa
ଆଜି ଶ୍ରୀଜିଉଙ୍କ ଆଡ଼ପ ବିଜେ । ଜନ୍ମବେଦିକୁ ବିଜେ କରିବେ ମହାପ୍ରଭୁ। ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବରାଜିବେ ଚତୁର୍ଦ୍ଧା ମୂରତି । ଏହା ପରେ ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଆଡ଼ପ ଦର୍ଶନ କରିବେ। ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀ ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ରଥାରୂଢ ଶ୍ରୀବିଗ୍ରହଙ୍କ ରାତ୍ର ପହୁଡ଼ ନୀତି ୧୨ଟାରୁ ୧୨.୧୫ ମଧ୍ୟରେ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ।
ଆଡ଼ପ ଅବଢ଼ା ପାଇଁ ଅପେକ୍ଷାରତ ଭକ୍ତମାନେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରୁ ଆଡ଼ପ ଅବଢ଼ା ପାଇ ପାରିବେ । ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ହୋଇଛି। ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଅଭମୁଖେ ବାହାରିଛନ୍ତି ଶ୍ରୀଜିଉ। ରଥାରୁଢ଼ ମହାପ୍ରଭୁଙ୍କୁ ପାଖରେ ପାଇ ନିଜକୁ ଭାବରେ ଭିଜାଇ ଦେଇଛନ୍ତି ଭକ୍ତ । ବଡ଼ଦାଣ୍ଡରେ ତିନି ଦିଅଁଙ୍କୁ ଦେଖି ଭକ୍ତି ଓ ଭାବରେ ଭିଜୁଛନ୍ତି ଭକ୍ତ । ଗୁଣ୍ଡିଚା ମନ୍ଦିର ଆଗରେ ରହିଛି ୩ ରଥ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ।
ଦୁଇ ଦିନରେ ରଥ ଶରଧା ବାଲିରେ ପହଞ୍ଚିଥିଲା। ପ୍ରଥମ ଦିନରେ କର୍ଡନ ମଧ୍ୟରେ ଭିଡ କାରଣରୁ ମହାପ୍ରଭୁଙ୍କ ରଥ ଗଡି ପାରି ନ ଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)