/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748524299.jpg)
`ଭୁବନେଶ୍ବରରେ ୧୫ ଲକ୍ଷରେ ମିଳିବ ଘର
ରାଜଧାନୀରେ ମଧ୍ୟବିତ୍ତଙ୍କ ଘର ସ୍ବପ୍ନ ପୂରା କରିବେ ରାଜ୍ୟ ସରକାର । ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ମିଳିବ MIG, LIG, LIG -1, MIG -2 ଘର । ତେବେ ଏହି ଘରର ଦାମ୍ ୧୫ରୁ ୫୦ ଲକ୍ଷ ଟଙ୍କା ରହିବ । ଲଟେରି ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ଘର ପାଇଁ କେଉଁମାନେ ଯୋଗ୍ୟ ବିବେଚିତ ହେବେ ସେନେଇ ଗାଇଡଲାଇନ୍ ଆସିବ ।
ଅଧିକ ପଢ଼ନ୍ତୁ: ବିଜେଡି ବିଧାୟକଙ୍କ ବଡ଼ ବୟାନ; କହିଲେ, ବିଜେଡିକୁ ବିଶୃଙ୍ଖଳିତ କରିବା ପାଇଁ ଦଳ ଭିତରେ ହେଉଛି ପ୍ରୟାସ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଟେଣ୍ଡର କରି ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି । କୋପରେଟିଭ ବ୍ୟାଙ୍କ ଘରଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ EMI ସଂଗ୍ରହ ଦାୟିତ୍ବ ନେବ । କଟକରେ ମଧ୍ୟ ଲୋକଙ୍କୁ ଘର ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ମହାନଗର ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ସରକାର ଚିନ୍ତା କରୁଛନ୍ତି ।
ସେହିପରି ସହର ଭିତରେ ଭଡ଼ାଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି । ଏହାସହ ଟାଉନ ପ୍ଲାନିଂ ବା TP ସ୍କିମ୍ ଉପରେ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ସ୍ୱେରେଜ, ଡ୍ରେନେଜ୍, ରୋଡ୍, ଲାଇଟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ସରକାର ଯୋଗାଇଦେବେ । ଭୁବନେଶ୍ୱର ଓ କଟକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରୀରେ ମଧ୍ୟ କରିବା ପାଇଁ ଯୋଜନା ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
COVID-19 Situation: ଆସିଲା ଟେଷ୍ଟିଂ କିଟ୍, କୋଭିଡ୍ ଓ ଡେଙ୍ଗୁ ସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ...
Gajapati Reviews Chariot Construction: କେତେ ବାଟ ଗଲା ରଥ କାମ ? ରଥଖଳା ବୁଲିଦେଖିଲେ ଗଜପତି ମହାରାଜା

Hardcore Maoist Arrested: ହାର୍ଡକୋର ମାଓନେତା ଗିରଫ: ୭ଟି ବଡ଼ ହିଂସାକାଣ୍ଡରେ ଥିଲା ସମ୍ପୃକ୍ତ, ଜାଣନ୍ତୁ କିଏ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)