Advertisment

COVID-19 Situation: ଆସିଲା ଟେଷ୍ଟିଂ କିଟ୍, କୋଭିଡ୍ ଓ ଡେଙ୍ଗୁ ସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ...

କିଛି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢାଇଛି କୋଭିଡ । ରାଜ୍ୟରେ କେମିତି ରହିଛି କୋଭିଡ ସ୍ଥିତି ? ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେଉଁ ସବୁ ପଦକ୍ଷେପ ନିଆଯାଉଛି ? ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟମନ୍ତ୍ରୀ କ'ଣ କହିଛନ୍ତି ? ଆସନ୍ତୁ ଜାଣିବା ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Covid Cases In Odisha

Covid Cases In Odisha

ଦେଶରେ ବଢିଚାଲିଛି କୋଭିଡ ମାମଲା । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, "ରାଜ୍ୟରେ କୋଭିଡ୍ ମାମଲା ବଢ଼ିନି, ସେହି ୫ଟି କେସ୍‌ ରହିଛି । ନୂଆ କେସ୍‌ ଆସିନି, ସତର୍କ ଓ ସଜାଗ ରହିବା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । RTPCR ମେସିନ୍ ପ୍ରସ୍ତୁତ, ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି । ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି । ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ ।"

Advertisment

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କୋଭିଡ ଓ ଡେଙ୍ଗୁ ସ୍ଥିତି ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । କୋଭିଡ୍‌ ନେଇ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଅପିଲ୍‌ କରି କହିଛନ୍ତି, "କେହି ଭୟଭୀତ ହୁଅନ୍ତୁ ନାହିଁ । ଏହା ଉପରେ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି । ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ନେଇ ମଧ୍ୟ କାମ ଚାଲିଛି ।"

ଅଧିକ ପଢନ୍ତୁ :  ରାଜ୍ୟରେ ପୁଣି ଡରାଇଲାଣି କରୋନା, ଭୁବନେଶ୍ବର ପାଲଟିଛି କୋଭିଡ୍ ହଟ୍‌ସ୍ପଟ୍‌

Advertisment
COVID-19 Odisha Health Department Mukesh Mahaling
Advertisment
Related Articles
Advertisment