/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748505419.jpg)
Chariot Construction
ରଥ ନିର୍ମାଣର ସମୀକ୍ଷା କଲେ ଗଜପତି ମହାରାଜା । ଆଜି ରଥଖଳା ଯାଇ ବୁଲି ଦେଖିବା ସହ ରଥ ନିର୍ମାଣ ଅଗ୍ରଗତି ନେଇ ମହାରଣା ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ରଥ କାଠ ସମସ୍ୟା ଏବଂ ବର୍ଷା ହେଲେ ଯେଭଳି ରଥ ନିର୍ମାଣ ପ୍ରଭାବିତ ନହେବ ସେନେଇ ଆଲୋଚନା କରିଛନ୍ତି । ରଥକାଠ ଜନିତ ସମସ୍ୟା ନଥିବା ନେଇ ଗଜପତିଙ୍କୁ ଅବଗତ କରିଛନ୍ତି ମହାରଣା ସେବାୟତ ।
ଗତକାଲି ସୁଦ୍ଧା ତିନି ରଥର ୪୨ଟି ଚକ ନିର୍ମାଣ ସରିଥିବାବେଳେ ଗରଗରା, ଚାରି ନାହାକା ନିର୍ମାଣ ଆରମ୍ଭ ହୋଇଛି । ତିନି ରଥର ପାଞ୍ଚଦଣ୍ଡା ଚଉପଟ ପାଇଁ ରଥଖଳାରେ କାଠ ସାଇତା କାର୍ଯ୍ୟ ସରିଛି । ତାଳଧ୍ୱଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଏଁ ଗରଗରା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଅଧିକ ପଢନ୍ତୁ: ପୁରୀରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, 'ବିକଶିତ କୃଷି ସଂକଳ୍ପ ଅଭିଯାନ'ର କରିବେ ଶୁଭାରମ୍ଭ
ନନ୍ଦିଘୋଷ ରଥର ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଛି । କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ ହେବା ସହ ରୂପଗୁଡ଼ିକର ପଲିସ୍ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।
ଆସନ୍ତା ଜୁନ୍ ୨୭ରେ ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏ ବର୍ଷ ରଥଯାତ୍ରା ଦିନ ସକାଳ ୬ଘଟିକା ଠାରୁ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବା ସହ ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି କରାଯିବ । ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥ ଟଣା ହେବ । ସେହିପରି ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ମଧ୍ୟ ସ୍ଥିରୀକୃତ ହୋଇଛି । ବାହୁଡ଼ା ଦିନ ଅପରାହ୍ନ ୪ଟା ସୁଦ୍ଧା ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଜୁଲାଇ ୬ ତାରିଖ ମହାପ୍ରଭୁଙ୍କର ରଥ ଉପରେ ସନ୍ଧ୍ୟା ୫ଟାରୁ ୬ଟା ୩୦ ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)