/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748516144.jpg)
ବିଜେଡି ବିଧାୟକଙ୍କ ବିସ୍ଫୋରକ ବୟାନ
ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତିଙ୍କ ବିସ୍ଫୋରକ ବୟାନ । ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ସୁନୀଲ । ଦଳୀୟ ବୈଠକ ଶଙ୍ଖଭବନ ଛଡ଼ା ହୋଟେଲ, ରେଷ୍ଟୁରାଣ୍ଟ ଏବଂ କାହା ଘରେ ହେବ ନାହିଁ ବୋଲି କହିଥିଲେ ନବୀନ । ଦଳୀୟ ବୈଠକ କୌଣସି ନେତାଙ୍କ ଘରେ ହେଲେ ତାକୁ ଦଳୀୟ ବୈଠକ ମାନୁନା । ଜଣେ ଦୁଇ ଜଣଙ୍କୁ ନେଇ ଜିଲ୍ଲାର ବୈଠକ ହେଲେ ତାହା ବୈଠକରେ ଗଣାଯିବ ନାହିଁ ବୋଲି ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି କହିଛନ୍ତି ।
ଅଧିକ ପଢ଼ନ୍ତୁ: ପ୍ରଭାତଙ୍କ ବିସ୍ଫୋରକ ବୟାନ; କିଏ ସେଇ ୨ ମନ୍ତ୍ରୀ, ଯିଏ ତାଙ୍କୁ ଫସାଇଥିଲେ ?
ସେହିପରି ସେ ଆହୁରି କହିଛନ୍ତି, ବିଜେଡିକୁ ବିଶୃଙ୍ଖଳିତ କରିବା ପାଇଁ ଦଳ ଭିତରେ ପ୍ରୟାସ ହେଉଛି । ତାଙ୍କ ପ୍ରୟାସ କେବେ ସଫଳ ହେବନି । ଦଳରେ କୁଚକ୍ରୀ ଗୋଷ୍ଠୀ ଅଛନ୍ତି । କେହି ଇଞ୍ଚେ ବି ପୁରୀ ନିର୍ବାଚନ ମଣ୍ଡଳୀ ଓ ପୁରୀ ଜିଲ୍ଲାରେ ଦଳର କ୍ଷତି କରିପାରିବେ ନାହିଁ । ୨୪ ନିର୍ବାଚନରେ ଅନେକ ନେତା ହାରିଲେ, ମତେ ପୁରୀରେ ହରାଇବା ପାଇଁ ବହୁତ ଚେଷ୍ଟା ହେଇଛି । କୁଚକ୍ରୀ ସବୁ ଦଳରେ ଥାନ୍ତି ଆମ ଦଳରେ ବି ଅଛନ୍ତି । ଆଜି ବି ନବୀନଙ୍କ ନେତୃତ୍ୱରେ ଦଳ ଚାଲିଛି । କୁଚକ୍ରୀ ଗୋଷ୍ଠୀ ଯେତେ ପ୍ରୟାସ କଲେବି ସଫଳ ହେବେ ନାହିଁ । ଆଗାମୀ ଦିନରେ ନବୀନ ବାବୁ ନିଷ୍ପତ୍ତି ନେବେ ବୋଲି ସୁନୀଲ ମହାନ୍ତି କହିଛନ୍ତି ।
Prayas Kanti Quits BJD: ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି

Prabhat Biswal's Revelation: ପ୍ରଭାତଙ୍କ ବିସ୍ଫୋରକ ବୟାନ; କିଏ ସେଇ ୨ ମନ୍ତ୍ରୀ, ଯିଏ ତାଙ୍କୁ ଫସାଇଥିଲେ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)