Advertisment

Bhubaneswar City: ବଦଳିଯିବ ଭୁବନେଶ୍ୱର, ହେବନି ଆଉ ଟ୍ରାଫିକ ଜାମ୍

ଭୁବନେଶ୍ୱର ସହର ପାଇଁ ବଡ଼ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର କରାଯିବ । ୩ଟି ଫ୍ଲାଏଓଭର୍ ସହିତ ଇନର୍ ରିଙ୍ଗ ରୋଡ୍ ଓ ଆଉଟର୍ ରିଙ୍ଗ ରୋଡ୍ ମଧ୍ୟ କରାଯିବାର ଯୋଜନା ରହିଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Special Plan For Bhubaneswar

Special Plan For Bhubaneswar

ଭୁବନେଶ୍ୱର ଟ୍ରାଫିକ୍ ଭିଡ ହ୍ରାସ ପାଇଁ ସରକାର ପ୍ରାୟ ୭ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ତଥା କଳ୍ପନା ଛକ, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଓଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । 

Advertisment

ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକସରୁ ପଥରଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ଜାରି ରହିଛି। ଏହା ସହିତ ଡମଣାରୁ ପ୍ରେସ୍ ଛକ, କଳାରାହାଙ୍ଗରୁ ବରିମୁଣ୍ଡ ଓ କେଳୁଚରଣ ପାର୍କରୁ ବରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକ୍ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି। ତା ସହିତ ୬୪ କିଲୋମିଟରର ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ୬ ଲେନ୍ ରାସ୍ତା ହେବ । ଭୁବନେଶ୍ବରର ସମ୍ପ୍ରସାରଣ ପାଇଁ ଆଉଟର୍ ରିଙ୍ଗ ରୋଡ୍ ଯୋଜନା ପ୍ରସ୍ତୁତ ହୋଇଛି ।
୧୪୮ କିଲୋମିଟରର ରିଙ୍ଗ୍ ରୋଡ୍ ୬ ଲେନ୍ ବିଶିଷ୍ଟ ହେବା ସହ ୨ଟି ସର୍ଭିସ ରୋଡ୍ ମଧ୍ୟ ରହିବ । ନୂଆ ଯୋଜନାର ଡିପିଆର୍ ଶୀଘ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

Advertisment

ସେହିପରି କେନ୍ଦୁଝର ମା’ ତାରିଣୀଙ୍କ ମନ୍ଦିର ଓ ଚାରିପାର୍ଶ୍ୱର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୨୧୪ କୋଟି ଟଙ୍କା। ଏ କାର୍ଯ୍ୟ ତୁରନ୍ତ ଆରମ୍ଭ କରି ସମୟସୀମା ମଧ୍ୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ।

ରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି। ଏହି ନୀତି ଅନୁସାରେ ରାଜ୍ୟରେ ବାର୍ଷିକ ୧୫ ହଜାର କିଲୋମିଟର ସହ ୫ ବର୍ଷରେ ନିର୍ମାଣ ହେବ ୭୫ ହଜାର କିଲୋମିଟର ରାସ୍ତା। ଏଥିସହ ରାସ୍ତାକଡ଼ରେ ନିର୍ମାଣ ହେବ ୟୁଟିଲିଟି କରିଡ଼ର । ଗ୍ରାମାଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ଅର୍ଥ ବ୍ୟବସ୍ଥା ରହିବା ସହ ନିୟମିତ ରାସ୍ତାର ସ୍ଥିତି ଯାଞ୍ଚ ଓ ମରାମତି ପାଇଁ ବି ହେବ ବ୍ୟବସ୍ଥା। ରାସ୍ତା ଦୁର୍ଘଟଣା ଏଡାଇବା ପାଇଁ ନୀତିରେ ରହିବ ସ୍ବତନ୍ତ୍ର ପ୍ରାବଧାନ। ଏନେଇ ଏକ ସମୀକ୍ଷା ବୈଠକ କରିବା ସହ ସରକାରୀ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

Bhubaneswar Road Over Bridge Bhubaneswar Road Mishap Prithiviraj Harichandan
Advertisment
Advertisment