/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740112769.jpg)
Road Accident
ମାଟ୍ରିକ ପରୀକ୍ଷା ପୂର୍ବରୁ ଅଘଟଣ । ମାଟ୍ରିକ ପିଲାଙ୍କୁ ନେଇଯାଉଥିବା ଗାଡି ଦୁର୍ଘଟଣା । ଆଜି ସକାଳେ କେନ୍ଦ୍ରାପଡା ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ବୋଲେରୋ କିଛି ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବାବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡିଛି । ଏଥରେ ଜଣେ ଛାତ୍ରୀ ଗୁରୁତର ହୋଇଥିବାବେଳେ ଆଉ କିଛି ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ବୋଲେରୋରେ ମୋଟ ୧୧ ଜଣ ପିଲା ଥିଲେ । ତେବେ ଏହି ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ: ରାଜଧାନୀ ମୋ ବସ୍ ଆତଙ୍କ, ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼
ସୂଚନା ମୁତାବକ, ୧୧ ଜଣ ମାଟ୍ରିକ ଛାତ୍ରଛାତ୍ରଙ୍କୁ ନେଇ ବୋଲେରୋଟି ବାଘମାରୀ ନାଗାନାରାୟଣ ସ୍କୁଲ ଆସୁଥିଲା । ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା ବୋଲେରୋ । ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଉ କିଛି ପିଲା ସାମାନ୍ୟ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲ ନିଆଯାଇଛି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି ।
ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ସୁବ୍ରତ ମଣ୍ଡଳ ବୋଲି ପରିଚୟ ମିଳିଛି । ପୋଲିସ ମୃତଦେହ ଉଦ୍ଧାର କରିଛି ।
ଉଲ୍ଲେଖଯୋଗ୍ୟ, ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟାରେ ସରିବ । ପ୍ରଥମ ଦିନ ଓଡିଆ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥର ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)