• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସଞ୍ଜୀବ ମିଶ୍ରଙ୍କ ପରେ ମନୋଜ ସାହୁ । ସପ୍ତାହକରେ ଓଡ଼ିଶାକୁ ଆସିଲେଣି ଦୁଇ IAS ଅଫିସର । କ୍ୟାଡର୍ ପରିବର୍ତ୍ତନ କରି ଏହି ଦୁଇ ଅଧିକାରୀଙ୍କୁ ଓଡ଼ିଶା ଫେରାଇବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନୋଜଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ । ପ୍ରଶାସନିକ କଳକୁ ଆହୁରି ତତ୍ପର ଆଉ ସକ୍ରିୟ କରିବା ପାଇଁ, ଦକ୍ଷ ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ଓଡ଼ିଶା ଆଣିବାକୁ ମୋହନ ସରକାର ନିଷ୍ପତ୍ତି କରିଥିବା କୁହାଯାଉଛି ।

ଓଡ଼ିଶା ଫେରିବେ ଦକ୍ଷ ଓଡ଼ିଆ ଅଫିସର୍ । ମୋହନ ସରକାରରେ ମିଳିବ ଗୁରୁ ଦାୟିତ୍ୱ । ପୁଣି ହୋଇପାରେ ପ୍ରଶାସନିକ ନବକଳେବର । ପାୱାର କରିଡରରେ ବଢ଼ିଲା ଚର୍ଚ୍ଚା । ସପ୍ତାହକରେ ଓଡ଼ିଶା ଆସିଲେଣି ୨ ଆଇଏଏସ୍ ଅଫିସର । ୧୯୯୭ ବ୍ୟାଚର IAS ଅଫିସର ସଞ୍ଜୀବ କୁମାର ମିଶ୍ର ଓଡ଼ିଶା କ୍ୟାଡରକୁ ଫେରିଛନ୍ତି ।

ସେହିପରି ଅରୁଣାଚଳ-ଗୋଆ-ମିଜୋରାମ କ୍ୟାଡର ୨୦୦୬ ବ୍ୟାଚର ଆଇଏଏସ ଅଫିସର ମନୋଜ ସାହୁ ମଧ୍ୟ ୩ ବର୍ଷିଆ ଡେପୁଟେସନରେ ଓଡ଼ିଶା ଆସୁଛନ୍ତି । ସେ ଏବେ ଡେପୁଟି ଇଲେକ୍ସନ କମିଶନର ଭାବେ ଦିଲ୍ଲୀରେ କାମ କରୁଛନ୍ତି । ଏ ଦୁଇ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡରକୁ ପରିବର୍ତ୍ତନ କରି ଡେପୁଟେସନରେ ଆଣିବାକୁ ଅନୁରୋଧ କରିଥିଲେ ଓଡ଼ିଶା ସରକାର

ଅଧିକ ପଢ଼ନ୍ତୁ:୨୧ ବର୍ଷର ଯୁବକର ବର୍ବର କାଣ୍ତ: ସ୍କୁଲରେ କଲା ଛୁରାମାଡ଼; ୮ ମୃତ, ୧୭ ଆହତ  

ନିକଟରେ ସେହି ପ୍ରସ୍ତାବକୁ ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ କରିଛି । ଚର୍ଚ୍ଚା ହେଉଛି IAS ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମିଳିପାରେ ଗୁରୁ ଦାୟିତ୍ୱ । ସେହିପରି ସଞ୍ଜୀବ ମିଶ୍ରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବେ ମୋହନ ସରକାର । ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ ମଧ୍ୟ କହିଛନ୍ତି ଦକ୍ଷ ଅଫିସରଙ୍କୁ ଓଡ଼ିଶା ଫେରାଇବାକୁ ସରକାର ଚେଷ୍ଟା କରୁଛନ୍ତି ।

ରାଜ୍ୟରେ ୨୪୮ ଆଇଏଏସ କ୍ୟାଡର୍ ପଦବି ଥିବା ବେଳେ ୧୮୬ ଜଣ ଆଇଏଏସ ଅଫିସର ଓଡ଼ିଶା କ୍ୟାଡରରେ କାମ କରୁଛନ୍ତି । ସେମାନଙ୍କୁ ମଧ୍ୟରୁ ପ୍ରାୟ ଦୁଇ ଡଜନ ଅଧିକାରୀ ଡେପୁଟେସନରେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରରେ ବିଭିନ୍ନ ପଦବିରେ କାମ କରୁଛନ୍ତି । ୨୦୨୩ ବ୍ୟାଚର ୮ ଆଇଏଏସ୍ ଅଧିକାରୀ ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀରେ ଟ୍ରେନିଂରେ ଥିବା ବେଳେ ୬ ଆଇଏଏସ୍ ଅଧିକାରୀ ଜିଲ୍ଲାଗୁଡିକରେ ଟ୍ରେନିଂ କରିଛନ୍ତି ।

ବଡ କଥା ହେଲା ଏକାଧିକ ଆଇଏଏସ ଅଧିକାରୀଙ୍କ ପାଖରେ ଅତିରିକ୍ତ ଭାବେ ଦୁଇରୁ ୩ଟି ବିଭାଗ ମଧ୍ୟ ରହିଛି । ଏମିତି ସ୍ଥିତିରେ ପ୍ରଶାସନିକ କଳକୁ ଆଉ ଟିକେ ସକ୍ରିୟ କରିବା ସହ ଡେପୁଟେସନରେ ଥିବା କିମ୍ବା ଅନ୍ୟ କ୍ୟାଡରରେ କାମ କରୁଥିବା ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ଓଡିଶା ଆଣିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ପୂର୍ବ ସରକାରରେ ପ୍ରଶାସନିକ କଳରେ ଓଡ଼ିଆଙ୍କୁ ଅବହେଳା କରି ଅଣ ଓଡିଆ ଅଧିକାରୀଙ୍କୁ ଗୁରୁତ୍ୱ ଦେବା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା । ତେଣୁ ପ୍ରଶାସନରେ ଓଡ଼ିଆ ଅସ୍ମିତାର ଛାପ ଦେବାକୁ ଏହା ଏକ ଉଦ୍ୟମ ବୋଲି ବି କୁହାଯାଉଛି ।

ଅଧିକ ପଢ଼ନ୍ତୁ:ବାବାଙ୍କ ଉପରେ ଯୁବତୀଙ୍କ ସଙ୍ଗୀନ ଆରୋପ, ‘ଝିଅଙ୍କ ସହ ବୁଲନ୍ତି, ଟଙ୍କା ଉଡ଼ାନ୍ତି’ 

OTV is now on Whatsapp

Join and get latest news update delivered to you via whatsapp

Join Now