/odishatv-khabar/media/post_attachments/uploadimage/library/16_9/16_9_0/ratha_1749439158.jpg)
ratha
ଆଜି ବସିବ ଦ୍ବିତୀୟ ରଥ ସମନ୍ବୟ ବୈଠକ। ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପଡୁଥିବା ବେଳେ ଏହାକୁ ଶୃଙ୍ଖଳିତ କରିବା ଦିଗରେ ବୈଠକରେ ଆଲୋଚନା ହେବ। ଆଜି ଦିନ ୧୧ଟାରେ ପୁରୀ ପୌର ସଦନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ। ରାସ୍ତାଘାଟ, ପରିମଳ, ସ୍ବାସ୍ଥ୍ୟ,ସୁରକ୍ଷା, ପରିବହନ, ରେଳ ଚଳାଚଳ ଆଦି ଅନେକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯିବ।
ଅଧିକ ପଢନ୍ତୁ : ୧୧ରେ ସ୍ନାନପୂର୍ଣ୍ଣିମା, ପୁରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ
ଅନ୍ୟପଟେ ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନଶୃଙ୍ଖନା ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ବୈଠକରେ ଆଲୋଚନା ହେବ। ସେପଟେ ପ୍ରଥମ ରଥ ସମନ୍ୱୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ହୋହଲ୍ଲା ହୋଇଥିବା ବେଳେ ଏଥର କେତେ ସୁଧୁରିଛି ସ୍ୱାସ୍ଥ୍ୟସେବା ତାହା ବୈଠକରେ ଆଲୋଚନା କରାଯିବ।ଅନ୍ୟପଟେ ସହରରେ ଘନଘନ ବିଦ୍ୟୁତକାଟ ସମସ୍ୟାକୁ ନେଇ ମଧ୍ୟ ସରଗରମ ଆଲୋଚନା ହୋଇପାରେ। ଏପଟେ ରଥଯାତ୍ରା ପାଇଁ ରଥ କାମ ବି ଆଗେଇ ଚାଲିଛି। ଦିନକ ପରେ ସ୍ନାନ ପୂର୍ଣ୍ଣିମା ଥିବାରୁ ସେ ନେଇ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଶ୍ରୀଜିଉଙ୍କ ହାତୀ ବେଶ ନିର୍ମାଣରେ ଲାଗିଛନ୍ତି ଦରଜୀ ସେବକ।
ଅନ୍ୟ ପଟେ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧିରେ ମଦ ବାର୍ ନିଷେଧ କରାଗଲା । ବଡ଼ଦାଣ୍ଡର ଆଖପାଖ ଅଞ୍ଚଳରେ ମଧ୍ୟ ମଦ କି ଆମିଷ ବିକ୍ରି ହୋଇପାରିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଣିକି ଆଉ ପୁରୀ ଶ୍ରୀମନ୍ଦିର ଆଖାପାଖରେ ଆମିଷ ବିକ୍ରି ହେବ ନାହିଁ । ୨ କିଲୋମିଟର ଦୂରରେ ହିଁ ବିକ୍ରି ପାଇଁ ଅନୁମତି ମିଳିଛି । ୨ କିଲୋମିଟର ପରିଧିରେ ମଦ ବାର୍ ନିଷେଧ କରାଯାଇଛି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ନିୟମର ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ପୃଥ୍ବୀରାଜ ହରିଚନ୍ଦନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)