Advertisment

Diarrhea Outbreak: ଝାଡ଼ାବାନ୍ତି ରୋଗୀଙ୍କୁ ଚୁଡା ସାଙ୍ଗେ ଦେଲେ କଞ୍ଚା କଦଳୀ

ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଚୁଡ଼ାରେ ଦେଲେ କଞ୍ଚା କଦଳୀ । ଯାଜପୁର ରୋଡ୍ ହସ୍ପିଟାଲରେ ଦିଆଯାଉଥିଲା କଞ୍ଚା କଦଳୀ । ରୋଗୀଙ୍କୁ କଞ୍ଚା କଦଳୀ ଦେବାକୁ ନେଇ ଉଠିଲା ପ୍ରଶ୍ନ । ଡାଏଟ୍ କଣ୍ଟ୍ରାକ୍ଟରଙ୍କୁ ତାଗିଦ କଲେ ସ୍ୱାସ୍ଥ୍ୟ ଅଧିକାରୀ ।

author-image
Namita Biswal
ଅଦ୍ୟତନ ହୋଇଛି
Diarrhea Outbreak

Diarrhea Outbreak

ଝାଡ଼ାବାନ୍ତି ରୋଗୀଙ୍କୁ କଞ୍ଚା କଦଳୀ । ପାଚିଲା ମିଳିଲାନି ବୋଲି ଚୁଡ଼ା ସାଙ୍ଗେ ଧରାଇଦେଲେ ଟାଣ ଥିବା କଞ୍ଚା କଦଳୀ । ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ସହ ଏମିତି ବେପରୁଆ ଓ ଖାମଖିଆଲ ମନୋଭାବ ଦେଖାଇଛନ୍ତି ଟେଣ୍ଡର ନେଇଥିବା ଡାଏଟ କଣ୍ଟ୍ରାକ୍ଟର । ଯାଜପୁର ରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏମିତି ଚିତ୍ର ଦେଖିବାକୁ ମିଳିଛି । 

Advertisment

ଯାଜପୁର ଜିଲ୍ଲାରେ ହଇଜା ବ୍ୟାପୁଥିବା ବେଳେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚୁଡା ସହ ପାଚିଲା କଦଳୀ ଦିଆଯିବା ବ୍ୟବସ୍ଥା କରାଯାଇଛି । କିନ୍ତୁ ଟେଣ୍ଡର ନେଇଥିବା ଡାଏଟ୍ କଣ୍ଟ୍ରାକ୍ଟର ରୋଗୀଙ୍କୁ ଦେଇଛନ୍ତି କଞ୍ଚା କଦଳୀ । ପଲିଥିନରେ ଚୁଡ଼ା ସହ କଞ୍ଚା କଦଳୀ ଦେଇଥିବା ଦେଖିବାକୁ ମିଳିଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ଏହି କଞ୍ଚା କଦଳୀକୁ କେମିତି ଚୁଡାରେ ଖାଇବେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଅଧିକ ପଢନ୍ତୁ: ଝାଡାବାନ୍ତି ଟେନସନ୍: ରାଜ୍ୟ ସରକାରଙ୍କୁ କାରଣ କହିଲା କେନ୍ଦ୍ରୀୟ ଟିମ୍‌...

Advertisment

ଏନେଇ ପଚାରିବାରୁ ଚୁଡ଼ା କଦଳୀ ଦେଉଥିବା ବ୍ୟକ୍ତି ଗଣମାଧ୍ୟମ କ୍ୟାମେରା ଦେଖି ଇୟାଡେ ସିଆୟେ ଦୌଡିଥିଲେ । ଏମିତି କଞ୍ଚା କଦଳୀ ଦେବା କଥାକୁ ସ୍ୱାସ୍ଥ୍ୟ ଅଧିକାରୀ ମାନି ଥିବାବେଳେ ସଂପୃକ୍ତ ଡାଏଟ କଣ୍ଟ୍ରାକ୍ଟରଙ୍କୁ ତାଗିଦ ବି କରିଛନ୍ତି । ପାଚିଲା କଦଳୀ ନ ମିଳିବାରୁ ଡାଏଟ କଣ୍ଟ୍ରାକ୍ଟର କଞ୍ଚା କଦଳୀ ଦେଇଥିବା କହିଛନ୍ତି । 

ବର୍ତ୍ତମାନ ରାଜ୍ୟରେ ଚିନ୍ତା ବଢାଇଛି ଡାଇରିଆ । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥିତିକୁ ଦେଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଯାଜପୁର ଜିଲ୍ଲାରେ ୪୯ ସାମ୍ପଲ୍‌ରୁ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସିଡିଏମ୍‌ଓ ।

ଅଧିକ ପଢନ୍ତୁ: ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି, ଠାକୁରଙ୍କ ପାଖରେ ଶରଣ ପଶିଛନ୍ତି ଗ୍ରାମବାସୀ

Diarrhoea Deaths In Odisha Diarrhea Outbreak
Advertisment
Related Articles
Advertisment