ପାକିସ୍ତାନର ସିନ୍ଧ ପ୍ରଦେଶର ଜାକୋବାବାଦ ନିକଟରେ ରେଳ ଟ୍ରାକରେ ବିସ୍ଫୋରଣ ହେବା ଫଳରେ ଜାଫର ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଛି । କ୍ୱେଟ୍ଟାରୁ ପେଶ୍ୱାୱର ଅଭିମୁଖେ ଯିବା ସମୟରେ ବଲୁଚିସ୍ତାନ ସୀମା ନିକଟ ଜାକୋବାବାଦରେ ଏହି ବିସ୍ଫୋରଣ ଘଟିଛି ।
ଅଧିକ ପଢନ୍ତୁ: ଯୁଦ୍ଧବିରତି ତୁଳନାରେ ପ୍ରକୃତ ସମାପ୍ତି ହିଁ ଶ୍ରେୟସ୍କର, ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ସହଜରେ ମାରିପାରିବୁ: ଟ୍ରମ୍ପ
ମିଳିଥିବା ସୂଚନା ମୁତାବକ, ଏହି ବିସ୍ଫୋରଣ ଯୋଗୁଁ ୩ ଫୁଟର ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି । ଯାହା ଫଳରେ ରେଳ ଟ୍ରାକର ୬ ଫୁଟ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି । ଆଇଇଡି ବ୍ଲାଷ୍ଟ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହି ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରାଯାଇଛି ବୋଲି ରେଳ ଅଧିକାରୀ କହିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଦେଇଛି ଯେ, ଲୋକମାନେ ସେମାନଙ୍କ ଜିନିଷ ସହିତ ପରିବାର ଲୋକଙ୍କୁ ଧରି ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଉଛନ୍ତି ।
Also Read
ସୂଚନଯୋଗ୍ୟ, ଏହି ବିସ୍ଫୋରଣ ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଜାଫର ଏକ୍ସପ୍ରେସରେ ବିସ୍ଫୋରଣ ହୋଇଥିଲା । ଗତ ମାର୍ଚ୍ଚ ମାସରେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) କ୍ୱେଟ୍ଟା ନିକଟରେ ଜାଫର ଏକ୍ସପ୍ରେସକୁ ହାଇଜାକ କରିନେବା ସହ ଶତାଧିକ ଯାତ୍ରୀଙ୍କୁ ବନ୍ଧକ ରଖିବା ସହ ୨୦ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ । ବର୍ତ୍ତମାନର ଅଘଟଣ କୌଣସି ସଙ୍ଗଠନର ସମ୍ପୃକ୍ତି ଥିବା ନେଇ ସ୍ପଷ୍ଟ ହୋଇନାହିଁ ।
କ୍ୱେଟ୍ଟାରୁ ପେଶାୱର ଅଭିମୁଖେ ଯାତ୍ରା କରୁଥିବା ଜାଫର ଏକ୍ସପ୍ରେସ ୧,୬୩୨ କିଲୋମିଟର ଯାତ୍ରା କରେ ।