/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732696138.jpg)
Ration Card
ରାଜ୍ୟରେ ଭୂତ ଖାଉଥିଲେ ରାସନ ଚାଉଳ । ଇ-କେୱାଇସି ବେଳେ ଏକ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଏବେ ସୁଦ୍ଧା ରାଜ୍ୟର ୩ କୋଟି ୩୬ ଲକ୍ଷ ୩୫ ହଜାର ୯ ଶହ ୧୮ ହିତାଧିକାରୀଙ୍କ ମଧ୍ୟରୁ ଏବେ ସୁଦ୍ଧା ୨କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସରିଲାଣି । ଏବେବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି ।
ଅଧିକ ପଢନ୍ତୁ: ଉପକୂଳ ମୁହାଁ ବାତ୍ୟା ‘ପେଙ୍ଗଲ’;୨୯ ତାରିଖରେ ଛୁଇଁବ ସ୍ଥଳଭାଗ !
ଏପଟେରେ ନୂଆ ବର୍ଷରୁ ମିଳିବ ନୂଆ ରାସନ କାର୍ଡ । ପୂର୍ବରୁ ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଥିଲେ, ଜୁଲାଇ ମାସରୁ ଆରମ୍ଭ ହୋଇଥିବା ରାସନ କାର୍ଡର ଇ-କେୱାଇସି ଯାଞ୍ଚ ଚଳିତ ମାସରେ ଶେଷ ହେବ । ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀରେ ନୂଆ ରାସନ କାର୍ଡ ପ୍ରଦାନ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ରାସନ କାର୍ଡ ବଣ୍ଟନ କରାଯିବ । ସେପଟେ ଏବେ ଯାଏଁ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ପୁରା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ରାସନ କାର୍ଡ ହିତାଧିକାରୀଙ୍କ ଆଧାର କାର୍ଡ ଆଧାରିତ E-KYC ଅପଡେଟ୍ କରାଯାଉଛି । ଡିଲର୍ ପଏଣ୍ଟଗୁଡ଼ିକରେ ହିତାଧିକାରୀଙ୍କ ନାଁ ଯାଞ୍ଚ କରାଯିବା ପରେ ଇ-ପିଓଏସ୍ ମେସିନରେ ଟିପ ଚିହ୍ନଦେଇ ଆଧାର କାର୍ଡ ନମ୍ବର ସହ ଅପଡେଟ୍ କରାଯାଉଛି । ତେବେ ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନାଁ ନଥାଇ କିଏ ରାସନ୍ ନେଉଛି ତ କିଏ ମରିବାର ବର୍ଷ ବର୍ଷ ବିତିଥିଲେ ବି ରାସନକାର୍ଡରୁ ନାଁ କଟିନି । ହଜାର ହଜାର ବଡ଼ ବଡିଆ ବି ଉଠାଉଛନ୍ତି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)