Advertisment

Security Arrangements : ୧୧ରେ ସ୍ନାନପୂର୍ଣ୍ଣିମା, ପୁରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

ଆଉ ଦିନ କେଇଟା ପରେ ଦେବସ୍ନାନ ପୂର୍ଣ୍ଣିମା । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ ବସିଛି । ସ୍ନାନ ପୂର୍ଣ୍ଣିମା କିପରି ଶୃଙ୍ଖଳିତ ସହ ହେବ ସେ ନେଇ ଆଲୋଚନା ହୋଇଛି । ସ୍ନାନ ପୂର୍ଣ୍ଣିମା ଦିନ ପୁରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Security Arrangements

Security Arrangements

ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ବସିଛି  ସୁରକ୍ଷା ବୈଠକ । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ନାନପୂର୍ଣ୍ଣିମା ପାଇଁ ପୁରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ । ୪ ଏସ୍‌ପି ରାଙ୍କ୍ କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ରହିବେ । ଏହାସହ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଫୋକସ୍ ରହିଛି । ଆସନ୍ତା ୧୧ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ସ୍ନାନଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । 

Advertisment

ସେହିପରି ଆସନ୍ତା ୨୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବାବେଳେ ବିଶାଳ ଜନସମାଗମ ହେବ ।  ଶୃଙ୍ଖଳିତ ଏବଂ ସୁପରିଚାଳନା ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା, ୨୬ରେ ନବଯୌବନ ଦର୍ଶନ, ୨୭ରେ ରଥଯାତ୍ରା, ଜୁଲାଇ ୫ରେ ବାହୁଡା , ୬ ରେ ସୁନାବେଶ, ୭ ରେ ଅଧରପଣା ଏବଂ ଜୁଲାଇ ୮ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ I ଏସବୁ ଦିନ କଡ଼ା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର ଓ ପୁରୀ ସହର ।

ଅଧିକ ପଢନ୍ତୁ : ୨୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତି ଜୋରଦାର

Advertisment
Puri Police Snana Purnima
Advertisment
Related Articles
Advertisment