/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749373668.jpg)
Nonveg And Liquor Ban
ପୁରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ମନା । ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧିରେ ମଦ ବାର୍ ନିଷେଧ କରାଗଲା । ବଡ଼ଦାଣ୍ଡର ଆଖପାଖ ଅଞ୍ଚଳରେ ମଧ୍ୟ ମଦ କି ଆମିଷ ବିକ୍ରି ହୋଇପାରିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଣିକି ଆଉ ପୁରୀ ଶ୍ରୀମନ୍ଦିର ଆଖାପାଖରେ ଆମିଷ ବିକ୍ରି ହେବ ନାହିଁ । ୨ କିଲୋମିଟର ଦୂରରେ ହିଁ ବିକ୍ରି ପାଇଁ ଅନୁମତି ମିଳିଛି । ସେହିପରି ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଦିନକୁ ଦିନ ନିଶା କାରବାର ବଢୁଥିବାବେଳେ ଅପରାଧିକ ମାମଲା ବି ବଢୁଛି ।
Advertisment
ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ୨ କିଲୋମିଟର ପରିଧିରେ ମଦ ବାର୍ ନିଷେଧ କରାଯାଇଛି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିୟମର ଉଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)