Potato Scarcity : ତେଜିଲା ଆଳୁ ରାଜନୀତି! ଶାସକ-ବିରୋଧୀ ମୁହାଁମୁହିଁ, ମନୁଷ୍ୟକୃତ କହିଲେ ଯୋଗାଣ ମନ୍ତ୍ରୀ

ଖାଉଟିଙ୍କ ପକେଟକୁ ବାଧୁଛି ଆଳୁ ଦର । କଟକ ଛତ୍ର ବଜ଼ାରରେ ଧୀରେ ଧୀରେ ଖସୁଛି ଆଳୁ ଦର ।

Potato Politics

ଦର ଖସୁଛି, କିନ୍ତୁ ଧିରେ ଧିରେ କମୁଥିବାରୁ ଏବେବି ପକେଟ୍ କୁ ବାଧୁଛି । ପଖାଳ କଂସାର ସାଥୀ ଆଳୁ ଏବେ ଯେମିତି ଅମୁଲ ମୂଲ । ପର୍ଯ୍ୟାପ୍ତ ପରିମାଣରେ ଆସୁନଥିବାରୁ ଦର ଉଚ୍ଚା ରହୁଛି । ଏପଟେ କିନ୍ତୁ ଜାରି ରହିଛି କାଦୁଅ ଫିଙ୍ଗା ରାଜନୀତି । ଯୋଗାଣ ମନ୍ତ୍ରୀ କହିଛନ୍ତି, ସରକାରଙ୍କୁ ବଦନାମ କରିବା ପାଇଁ ମନୁଷ୍ୟକୃତ ସଂଙ୍କଟ ତିଆରି କରାଯାଇଥିଲା ।

ଆଳୁ ସଙ୍କଟ ମନୁଷ୍ୟକୃତ! ଏଭଳି ବୟାନ ଦେଇ ପୁଣିଥରେ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏହି ବୟାନ ପରେ ପୁଣି ତେଜିଛି ଆଳୁ ରାଜନୀତି । ଯୋଗାଣ ମନ୍ତ୍ରୀ କହିଛନ୍ତି, ସରକାରକୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ ବୋଲି, ଏବେ ପୁଣି ରାଜି ହେଲେ କେମିତି? ମାର୍କେଟରେ ପରିମାଣ କମିଲେ ଦର ବଢ଼େ । ଏବେ ଦର ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ ।

ଅଧିକ ପଢ଼ନ୍ତୁ: କ'ଣ ଏହି ସିବିଲ୍ ସ୍କୋର? ଲୋନ୍ ନେବା ବେଳେ କାହିଁକି ପଡ଼େ ଦରକାର ...

ପୂର୍ବରୁ ମଧ୍ୟ ଯୋଗାଣ ମନ୍ତ୍ରୀ ଭାଇ ନବୀନଙ୍କ ଇସାରାରେ ଦିଦି ଆଳୁ ଦେଉନଥିବା କହିଥିଲେ । ମାତ୍ର ବିଜେଡିର ମତ ହେଲା, ଅନ୍ୟ ରାଜ୍ୟ ସହିତ ଭଲ ସଂପର୍କ ରଖିବା ଦରକାର । ଯୋଗାଣ ମନ୍ତ୍ରୀ ଅନ୍ୟ ରାଜ୍ୟ ସହିତ ସମନ୍ୱୟ ରକ୍ଷା କରି ପାରୁନାହାନ୍ତି । ଜାଣି ଶୁଣିକି ବଢ଼ାଉଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ଯୁକ୍ତି ହେଲା ନିଜ ଅପାରଗତା ଲୁଚାଇବାକୁ ଏଭଳି ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ । ସେପଟେ ଆଳୁ ବଜାରରେ ଏବେ ବି ନିଆଁ ଲାଗିଛି ।

ଖାଉଟିଙ୍କ ପକେଟକୁ ବାଧୁଛି ଆଳୁ ଦରକଟକ ଛତ୍ର ବଜ଼ାରରେ ଧୀରେ ଧୀରେ ଖସୁଛି ଆଳୁ ଦର । ପର୍ଯ୍ୟାପ୍ତ ଆଳୁ ଗାଡି ଆସିବାରୁ କିଲୋ ୬୦ ରୁ ଏବେ ୪୦ରେ ପହଞ୍ଚିଛି । ଗତକାଲି ଛତ୍ର ବଜାରକୁ ୯ ଗାଡି ଆଳୁ ଆସିବା ପରେ ଦର ଟିକେ ହ୍ରାସ ପାଇଛି । ହେଲେ ପଶ୍ଚିମବଙ୍ଗରୁ ଏଯାଏ ଆଳୁ ଆସିବା ସ୍ୱାଭାବିକ ହୋଇନାହଁ । ୟୁପି ଆଳୁର ହୋଲସେଲ ଦର ୨୮ ଟଙ୍କା ଥିବା ବେଳେ, ବେଙ୍ଗଲ ଆଳୁର ହୋଲସେଲ ଦର ୩୨ ଟଙ୍କାରେ ପହଞ୍ଚିଛି । ଖୁଚୁରା ଆଳୁ ଧଡ଼ା ବା ୩ କିଲୋ ପିଛା ୧୨୦କୁ ଖସିଛି । ଗୋଟିଏ ପଟେ ଆଳୁ ସଙ୍କଟ, ଅନ୍ୟପଟେ ରାଜନୈତିକ ବୟାନ ବାଜି, ଏସବୁ ଭିତରେ ବର୍ଦ୍ଧିତ ଆଳୁ ଦର ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି ।

ଅଧିକ ପଢ଼ନ୍ତୁ: ୨୯ହଜାର ୭୮୧ଟଙ୍କା ୧୦ ଅଣା ବଜେଟରେ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର ସୀତା ବିବାହ