Advertisment

Police Case Against Bishal Das: ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ...

ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ।

author-image
Sujit kumar Swain
ଅଦ୍ୟତନ ହୋଇଛି
Police Case Against Bishal Das

Police Case Against Bishal Das

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ନେଇ ଆସିଲା ବଡ଼ ଖବର। ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ। ବିଏନ୍‌ଏସ୍‌ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଛି। ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି। ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ଅଭିଯୋଗ କରିଥିଲେ ମ୍ୟାନେଜର ।

Advertisment

ଏପଟେ ବିଶାଲ ଦାସଙ୍କୁ ଛାଡ଼ି ଦେଇଛି ପୋଲିସ। ବିଶାଲ ଦାସଙ୍କୁ ଛାଡ଼ିଛି ଛତିଶଗଡ଼ ପୋଲିସ। ବିଶାଲଙ୍କ ସହ ମୋଟ ୧୪ ଜଣଙ୍କୁ ଛାଡ଼ିଛି ଛତିଶଗଡ଼ ପୋଲିସ। ବିଏନ୍‌ଏସ୍‌ ୩୫-ବିରେ ନୋଟିସ୍‌ କରି ଛାଡ଼ିଲା। ସରେଇପାଲି ଥାନାରୁ ବାହାରିଲେ ବିଶାଲ ଓ ତାଙ୍କ ସହଯୋଗୀ।

ଅଧିକ ପଢ଼ନ୍ତୁ: ହେଲାନି ଅନାସ୍ଥା...ଅଡୁଆରେ ନବ ଦାସଙ୍କ ପୁଅ ବିଶାଲ, ଖୋଳତାଡ଼ କରୁଛି ପୋଲିସ...

Advertisment

ବିଶାଲ ଦାସଙ୍କୁ ଛତିଶଗଡ ପୋଲିସ ଅଟକ ରଖିଥିଲା। ବିଶାଲ ଦାସ କାହିଁକି ଛତିଶଗଡ଼ ଯାଇଥିଲେ ତାକୁ ନେଇ ମଧ୍ୟ ଉଠିଲା ପ୍ରଶ୍ନ। କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧରି କାହିଁକି ଯାଇଥିଲେ ଉଠିଲା ପ୍ରଶ୍ନ। ଲଇକେରା ଥାନାରେ ହୋଇଥିବା ଏକ ଅନ୍‌ଲାଇନ୍‌ ରିପୋର୍ଟ ବଢ଼ାଇଲା ଚର୍ଚ୍ଚା। ୩ ସମିତି ସଭ୍ୟ ଓ ଜଣେ ସରପଞ୍ଚଙ୍କ ସଂପର୍କୀୟଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା। ସଂପୃକ୍ତ ୪ ଜଣ ଓ ଜଣେ ସମିତି ସଭ୍ୟ ନିଖୋଜ ଥିବା ନେଇ ହୋଇଥିଲା ରିପୋର୍ଟ।

୮ ତାରିଖରେ ଥାନାରେ ରିପୋର୍ଟ ପରେ ପୋଲିସ ଚଢ଼ାଉ କରିଥିଲା। ୯ ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁରରେ ବିଭିନ୍ନ ଜାଗାରେ ରେଡ୍‌ ହୋଇଥିଲା। ଏମିତିକି ବିଶାଲ ଦାସଙ୍କ ହୋଟେଲରେ କାଲି ରେଡ୍‌ କରିଥିଲା ପୋଲିସ। ଏନେଇ କାଲି ଆଇଜିଙ୍କୁ ଭେଟି ଫେରାଦ ହୋଇଥିଲେ ବିଶାଲ ଦାସ। 

ଏପଟେ ଝାରସୁଗୁଡ଼ା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପ୍ରସଙ୍ଗକୁ ନେଇ ଆସିଛି ଅପଡେଟ୍‌। ଭୋଟ୍‌ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ। କେହି ନଆସିବାରୁ ହୋଇପାରିଲାନି ଅନାସ୍ଥା ଭୋଟ୍‌। କେହି ନଆସିବାରୁ ଅପେକ୍ଷା କରି ଫେରିଗଲେ ନିର୍ବାଚନ ଅଧିକାରୀ। ସକାଳ ୧୦ଟାରେ ଆରମ୍ଭ ହେବାକୁ ଥିଲା ଅନାସ୍ଥା ଭୋଟିଂ। ନିର୍ବାଚନ ଅଧିକାରୀ ଦୀର୍ଘ ସମୟ ଅପେକ୍ଷା ପରେ ବି କେହି ଆସିନଥିଲେ।

ଏପଟେ ବିଶାଳଙ୍କୁ ଅଟକ ରଖାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ବିଶାଲଙ୍କ ଭଉଣୀ ଦୀପାଳି ଦାସ। କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ରାଜନୈତିକ ଅଭିସନ୍ଧି ରଖି ବିଶାଲଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି ଦୀପାଳି।ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ଦୀପାଳି। ଗୁରୁବାର ବିଶାଲଙ୍କ ହୋଟେଲ ଉପରେ ପୋଲିସ ରେଡ କରିଥିଲା। ପୋଲିସ ରେଡ କରିଥିବା ବେଳେ ଏହାକୁ ଅନୈତିକ ବୋଲି କହିଛନ୍ତି ଦୀପାଳି। ତେବେ କେଉଁ ଅଭିଯୋଗରେ ଅନ୍ୟ ରାଜ୍ୟର ପୋଲିସ ବିଶାଲଙ୍କୁ ଉଠାଇ ନେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ଅଧିକ ପଢ଼ନ୍ତୁ: ନବ ଦାସଙ୍କ ପୁଅକୁ ଅଟକ ରଖିଲା ଛତିଶଗଡ ପୋଲିସ

Naba Das Chhattisgarh Police Former Odisha Minister Police
Advertisment
Advertisment