Advertisment

Utkarsh Odisha 2025: ଯୁଗାନ୍ତକାରୀ ଓ ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା, ଗଙ୍ଗାର ସ୍ରୋତ ଭଳି ଓଡ଼ିଶା ଆସିବେ ନିବେଶକ

ଉତ୍କର୍ଷ ଓଡିଶା ୨୦୨୫ ଏକ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଲେ ଓଡିଶା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।

author-image
Deviprasad Jena
ଅଦ୍ୟତନ ହୋଇଛି
Utkarsh Odisha Conclave 2025

Utkarsh Odisha 2025

ଉତ୍କର୍ଷ ଓଡିଶା ୨୦୨୫ ଏକ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଲେ ଓଡିଶା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ଗଣମାଧ୍ୟମକୁ ପ୍ରତିକ୍ରିୟାଦେଇ ଶିଳ୍ପମନ୍ତ୍ରୀ କହିଛନ୍ତି ଉତ୍କର୍ଷ ଓଡିଶା କନକ୍ଲେଭ ୨୦୨୫ ଏକ ଐତିହାସିକ ଓ ଯୁଗାନ୍ତକାରୀ କନକ୍ଲେଭ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କନକ୍ଲେଭର ଉଦଘାଟନ କରିବେ । ଗଙ୍ଗାର ସ୍ରୋତ ଭଳି ନିବେଶକମାନେ ଓଡିଶା ଆସିବେ ।

Advertisment

ଓଡିଶା ଆଗାମୀ ଦିନରେ ଗୋଟିଏ ଅଗ୍ରଣୀ ରାଜ୍ୟରେ ପରିଣତ ହେବ । ବିଜେଡିକୁ ଟାର୍ଗେଟକରି ଶିଳ୍ପମନ୍ତ୍ରୀ କହିଛନ୍ତି ପୂର୍ବ ସରକାରରେ ଦୁଇ ଦଶନ୍ଧି ଧରି ସବୁପ୍ରକାର ସମ୍ଭାବନା ଥାଇ ବି ଓଡିଶା ଶିଳ୍ପର ମରୁଭୂମି ପାଲଟିଥିଲା । ଶିଳ୍ପ କ୍ଷେତ୍ରରେ ଓଡିଶା ବହୁତ ଆଗକୁ ଯିବ । ସରକାରଙ୍କ ଲକ୍ଷ୍ୟ ରହିଛି ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିଳ୍ପର ଇକୋ ହବ୍ କରିବା । ଶିଳ୍ପମନ୍ତ୍ରୀ ଆହୁରି କହିଛନ୍ତି ଓଡିଶାର ପ୍ରତି ଜିଲ୍ଲା କିଭଳି ଶିଳ୍ପ କ୍ଷେତ୍ରରେ ଆଗକୁ ଯିବ ତାହା ଆମର ପରିକଳ୍ପନା । ମେକ ଇନ୍ ଇଣ୍ଡିଆ ଯେମିତି ପ୍ରଧାନମନ୍ତ୍ରୀଙ୍କର ବ୍ରେନ୍ ଚାଇଲ୍ଡ ଥିଲା ଏବଂ ସାରା ଭାରତରେ ଦେଶ ବିଦେଶରୁ ବଡ଼ ବଡ଼ ନିବେଶକମାନେ ଆସିଥିଲେ ଏବଂ ଭାରତର ବିଭିନ୍ନ ସ୍ଥାନରେ ନିବେଶ କରିଥିଲେ । ସେହିପରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ନିବେଶକମାନେ ନିବେଶ କରିବେ ଏବଂ ଓଡ଼ିଶାରେ ଶିଳ୍ପ ବିପ୍ଲବ ସୃଷ୍ଟି ହେବ ।

ଏହି କନକ୍ଲେଭରେ ୪ଟି ପ୍ଲେନାରି ସେସନ ଏବଂ ୧୬ଟି କ୍ଷେତ୍ରୀୟ ସେସନ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ସରକାର ସମୟରେ କେବଳ ମେଟାଲ ଇଣ୍ଡଷ୍ଟ୍ରି ଆସୁଥିଲା । ଆମ ସରକାରରେ ସବୁ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ । ସେମି କଣ୍ଡକ୍ଟର, ଗ୍ରୀନ ଏନର୍ଜୀ, ପେଟ୍ରୋ କେମିକାଲ ଓ ଜାହାଜ ନିର୍ମାଣ ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ମୋହନ ସରକାରରେ ସାତ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ଟି ଶିଳ୍ପ ସଂସ୍ଥାକୁ ସିଂଗିଲ ୱିଣ୍ଡୋ ଅନୁମୋଦନ ମିଳିଛି ।

Advertisment

ଏଥିରେ ୨ ଲକ୍ଷ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାରେ ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା କନକ୍ଲେଭ ଆରମ୍ଭ ହେବ । ପ୍ରଥମଥର ପାଇଁ ମେକଇନ ଓଡ଼ିଶା କନକ୍ଲେଭରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲିଠୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ । ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନ କରିବେ । ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ଶୁଭାରମ୍ଭ ହେବ । ୨ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ । ‌

Narendra Modi Odisha Government Make In Odisha Conclave Mohan Charan Majhi
Advertisment
Advertisment