Advertisment

Pakistani Crew Sensation: ପାରାଦୀପରେ ୨୧ ପାକିସ୍ତାନୀ ନାଗରିକ, ସମୁଦ୍ର ଭିତରେ ଲଙ୍ଗର ପକାଇଛି ତୈଳବାହୀ ଭେସେଲ୍

ପାରାଦୀପ ସମୁଦ୍ର ଭିତରେ ଆତଙ୍କୀସ୍ତାନର ନାଗରିକଙ୍କୁ ନେଇ ହଲଚଲ୍। ଜାହାଜରେ ଆସିଥିବା ୨୧ ପାକିସ୍ତାନୀଙ୍କୁ ନେଇ ଆତଙ୍କ। ସମୁଦ୍ର କୂଳରେ ପୋଲିସର କଡ଼ା ପହରା। ସମୁଦ୍ର ଭିତରେ ବି ଘନ ଘନ ପଇଁତରା। ଭାରତ ସହ ତିକ୍ତତା ଭିତରେ ଜାହାଜରେ ଆସିଥିବା ୨୧ ପାକିସ୍ତାନୀ ନାଗରିକଙ୍କର ପ୍ରକୃତ ପରିଚୟ କଣ ? ଜଳପଥ ଦେଇ ପାରାଦୀପ ଉପକୂଳ ଯାଏଁ ଆସି ପହଞ୍ଚିଥିବା ଜାହାଜରେ ଏମାନଙ୍କ ଭୂମିକା କ’ଣ?

author-image
Saroj Kumar Jena
undefined

paradip

ବନ୍ଦର ନଗରୀ ପାରାଦୀପରେ ହଇଚଇ। କାରଣ ଭାରତ-ପାକିସ୍ତାନ ତିକ୍ତତା ଭିତରେ ପାରାଦୀପ ସମୁଦ୍ରରେ ପହଞ୍ଚିଥିବା ଏକ ପଣ୍ୟବାହୀ ଜାହାଜରେ ପହଞ୍ଚିଛନ୍ତି ୨୧ ପାକିସ୍ତାନୀ ନାଗରିକ। ସଂପୃକ୍ତ ପାକିସ୍ତାନୀଙ୍କ ପରିଚୟ କ’ଣ ? ଜାହାଜରେ ସେମାନଙ୍କ ଦାୟିତ୍ବ କ’ଣ? ସେନେଇ ବଢ଼ିଛି ସସପେନ୍ସ। ହଂକଂ ଫ୍ଲାଗସିପର ଏହି ଜାହାଜଟି ସାଉଥ କୋରିଆରୁ ସିଂଗାପୁର ଦେଇ ପହଞ୍ଚିଛି ପାରାଦୀପରେ। ଯେଉଁଥିରେ ଥିବା ୨୧ ପାକିସ୍ତାନୀ ନାଗରିକଙ୍କୁ ଓହ୍ଲାଇବାକୁ ମନା କରାଯାଇଛି। ତା ସହିତ ଜାହାଜ ଉପରେ ରହିଛି ପୋଲିସ୍ ଓ କୋଷ୍ଟଗାର୍ଡ ର କଡ଼ା ନଜର।

Advertisment

ଅଧିକ ପଢନ୍ତୁ : ସଂଘର୍ଷ ଦେଲା ସଫଳତା, CJI ଙ୍କ ମାଆ କହିଲେ 'ମୋ ପୁଅ ମୁକ୍କଦର କା ସିକନ୍ଦର'

ପାରାଦୀପ ସମୁଦ୍ର ଭିତରେ ଆତଙ୍କୀସ୍ତାନର ନାଗରିକଙ୍କୁ ନେଇ ହଲଚଲ୍। ଜାହାଜରେ ଆସିଥିବା ୨୧ ପାକିସ୍ତାନୀଙ୍କୁ ନେଇ ଆତଙ୍କ। ସମୁଦ୍ର କୂଳରେ ପୋଲିସର କଡ଼ା ପହରା। ସମୁଦ୍ର ଭିତରେ ବି ଘନ ଘନ ପଇଁତରା। ଭାରତ ସହ ତିକ୍ତତା ଭିତରେ ଜାହାଜରେ ଆସିଥିବା ୨୧ ପାକିସ୍ତାନୀ ନାଗରିକଙ୍କର ପ୍ରକୃତ ପରିଚୟ କଣ ? ଜଳପଥ ଦେଇ ପାରାଦୀପ ଉପକୂଳ ଯାଏଁ ଆସି ପହଞ୍ଚିଥିବା ଜାହାଜରେ ଏମାନଙ୍କ ଭୂମିକା କ’ଣ? ତାକୁ ନେଇ ବଢ଼ିଛି ଚର୍ଚ୍ଚା। ଏହି ଜାହାଜ ହେଉଛି ହଂକଂ ଫ୍ଲାଗସିପର MT SIREN-2। ସାଉଥ୍ କୋରିଆରୁ କ୍ରୁଡ୍ ଅଏଲ୍ ଧରି ସିଂଗାପୁର ହୋଇ ପହଞ୍ଚିଛି ପାରାଦୀପରେ। ଜାହାଜରେ ଅଛନ୍ତି ମୋଟ୍ ୨୫ ଜଣ କ୍ର୍ୟୁ ମେମ୍ବର। ତା ମଧ୍ୟରୁ ଭାରତର ୨ ଜଣ, ଶ୍ରୀଲଙ୍କା ଓ ଇଥିଓପିଆର ଜଣେ ଲେଖାଏଁ ନାଗରିକ ଥିବାବେଳେ ୨୧ ଜଣ ହେଉଛନ୍ତି ପାକିସ୍ତାନୀ ନାଗରିକ। ଏ ସଂପର୍କରେ ସିପ୍ ମାଷ୍ଟର ତଥା ଜାହାଜର କ୍ୟାପଟେନ୍ କଷ୍ଟମ୍ ଏବଂ ଇମିଗ୍ରେସନ୍ ବିଭାଗକୁ ସେଲ୍ଫ ଡିକ୍ଲାରେସନ ଦେବା ପରେ ସୃଷ୍ଟି ହୋଇଛି ଆଲୋଡନ। ସଂପୃକ୍ତ ପାକ୍ ନାଗରିକଙ୍କୁ ଜାହାଜରୁ ବାହାରିବାକୁ ବାରଣ କରାଯିବା ସହ ସମୂଦ୍ର ତଟ ଏବଂ ସମୁଦ୍ର ଭିତରେ କଡ଼ା ନଜର ରଖିଛି କୋଷ୍ଟ ଗାର୍ଡ, ମେରାଇନ ପୁଲିସ ଏବଂ ସିଆଇଏସ୍ଏଫ୍।

Advertisment

ମେ’ ୭ ତାରିଖରେ ସିଙ୍ଗାପୁର ଛାଡ଼ିଥିବା ଏହି ବିରାଟକାୟ ଜାହାଜ ଲଙ୍ଗର ପକାଇଛି ପାରାଦୀପ ସମୂଦ୍ର କୂଳଠାରୁ ୨୦-୨୫ କିଲୋମିଟର ଦୂରରେ। ଯେଉଁଥିରେ ରହିଛି ୨ ଲକ୍ଷ ମେଟ୍ରିକ ଟନ୍ ଅଶୋଧିତ ତୈଳ। ଯାହାକୁ ଅନଲୋଡ୍ କରିବା ପାଇଁ ଲାଗିବ ପ୍ରାୟ ୨ ଦିନ। ଅର୍ଥାତ ଏହି ୨ ଦିନ ଯାଏଁ କଟକଣା ଥିବାରୁ ଜାହାଜରେ ହିଁ ରହିବେ ୨୧ ପାକିସ୍ତାନୀ ନାଗରିକ। ଯେଉଁମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ତା’ସହ ଅନ୍ୟ କ୍ରୁ ମେମ୍ବରଙ୍କୁ ପଚରାଉଚରା କରୁଛି ପୋଲିସ। ତେବେ ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏନେଇ କିଛି କହିବାକୁ ମନା କରିଛନ୍ତି।

ପହଲଗାମରେ ଆତଙ୍କୀଙ୍କ ନରସଂହାର ପରଠୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଭଳି ସ୍ଥିତିରେ ଓଡ଼ିଶା ଉପକୂଳରେ ଲାଗିଥିବା ଜାହାଜରେ ୨୧ ପାକ୍ ନାଗରିକଙ୍କ ଉପସ୍ଥିତିକୁ ନେଇ ଲାଗିରହିଛି ନାନା ଚର୍ଚ୍ଚା।

ଅଧିକ ପଢନ୍ତୁ : କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କ କମାଲ, ବୈଦେଶିକ ମନ୍ତ୍ରୀ ହେଲେ ଅନୀତା ଆନନ୍ଦ

Pakistan Paradip Port Pahalgam Terrorist Attack
Advertisment
Advertisment