Advertisment

Digha Temple Row: ରାମକୃଷ୍ଣ ଦାସମହାପାତ୍ରଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମନା

ଦୀଘା ଦାରୁ ଦିଅଁ ବିବାଦ ଘଟଣାରେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିରରେ ପ୍ରବେଶ ମନା ।

author-image
Namita Biswal
ଅଦ୍ୟତନ ହୋଇଛି
 Digha Temple Row

Digha Temple Row

ଦୀଘା ଦାରୁ ଦିଅଁ ବିବାଦ ଘଟଣାରେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ । ରାମକୃଷ୍ଣଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ଦର୍ଶାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରାମକୃଷ୍ଣଙ୍କୁ ୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ନିଲମ୍ବନ ସମୟରେ ସେ କୌଣସି ସେବକଙ୍କୁ ଧମକ ଦେଇ ସେବାପୂଜାରେ ବାଧକ ସାଜିବେନି । ଏପରି କଲେ ନିଲମ୍ବନ ଅବଧି ବୃଦ୍ଧି କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

Advertisment

ଏଥିସହ ଶ୍ରୀମନ୍ଦିର କମାଣ୍ଡର ରାମକୃଷ୍ଣ ଦାସମହାପାତ୍ରଙ୍କ ଆଚାର ବ୍ୟବହାର ଉପରେ ରିପୋର୍ଟ ଦେବେ । ନିଲମ୍ବନ ତଥା ପରେ ସେ ବିଶୃଙ୍ଖଳିତ ଆଚରଣ କଲେ ତାଙ୍କର ପାଉଣା, ପ୍ରାପ୍ୟ ରଦ୍ଦ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଅଧିକ ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନୁହେଁ ଜଗନ୍ନାଥ ଧାମ, ପ୍ରେସବାର୍ତ୍ତାରେ ସ୍ପଷ୍ଟ କଲେ ପୁରୀ ଗଜପତି

Advertisment

ଗତ ଅକ୍ଷୟ ତୃତୀୟ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାଠାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ମମତାଙ୍କ ନିମନ୍ତ୍ରଣ କ୍ରମେ ପୁରୀରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ କିଛି ଦଇତାପତି ସେବାୟତ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ତେବେ ଏହି ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ ବଳକା ନବେକଳବର ଦାରୁରେ ଦୀଘା ଦିଅଁ ନିର୍ମାଣ ଚର୍ଚ୍ଚାକୁ ନେଇ ଓଡ଼ିଶାରେ ଜୋର୍ ଧରିଥିବା ବିରୋଧ । 

ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର ପଶ୍ଚିମବଙ୍ଗରେ ଏକ ବଙ୍ଗାଳୀ ଟିଭି ଚ୍ୟାନେଲ ଆଗରେ କହିଥିଲେ, ଶ୍ରୀମନ୍ଦିରରେ ନବକଳେବର ବେଳେ ଠାକୁରଙ୍କୁ ନିର୍ମାଣ ପରେ ବଳି ପଡ଼ିଥିବା କାଠରେ ପୁରୀରୁ ଜଗନ୍ନାଥଙ୍କୁ ତିଆରି କରି ମୁଁ ଦୀଘା ଆଣିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଥର ମୂର୍ତ୍ତି ସ୍ଥାପନ ପାଇଁ କହିଥିଲେ- ହେଲେ ମୁଁ ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପନ ଲାଗି ପରାମର୍ଶ ଦେଇଥିଲି । ଯେହେତୁ ସେ ମତେ ଠାକୁର ପୁରୀରୁ ତିଆରି କରି ଆଣିବାକୁ କହିଥିଲେ, ତେଣୁ ମୁଁ ତାହା ଧରି ଆସିଛି । କିନ୍ତୁ ପୁରୀ ଫେରିବା ପରେ ସିଧା ସିଧା ଏହି କଥାକୁ ଫାଙ୍କି ଦେଇଥିଲେ ରାମକୃଷ୍ଣ ଦାସମହାପାତ୍ର ।

ତେବେ ବଳକା ଦାରୁରେ ଦିଘାରେ ବିଗ୍ରହ ନିର୍ମାଣ କଥା ଦଇତାପତି ସେବକ ରାମକୃଷ୍ଣ  ଯାହା କହିଛନ୍ତି, ତାହା ମିଛ ବୋଲି ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ହେଲେ ଶ୍ରୀମନ୍ଦିରର ଗରିମା କ୍ଷୂର୍ଣ୍ଣ କରିବା ନେଇ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥପ୍ରେମୀ ଓ ସେବାୟତ ମହଲରେ ଦାବି ହୋଇଥିଲା । ଏହି ଘଟଣାରେ ରାମକୃଷ୍ଣଙ୍କ ସହ ଦଇତାପତି ନିଯୋଗ ସଭାପତି ଗଣେଶ ଦାସ ମହାପାତ୍ରଙ୍କୁ ମାରାଥନ୍ ଜେରା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏବେ ରାମକୃଷ୍ଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ନିଲମ୍ବନ କରାଯାଇଛି ।

Jagannath Temple Puri Jagannath Temple Digha
Advertisment
Advertisment