/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747046087.jpg)
Puri Srimandir
ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ ଭେଇକିଲ । ଡିଜିପି ଓ୍ବାଇ ବି ଖୁରାନିଆଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ସମ୍ମୁଖରେ ସୁରକ୍ଷା ପାଇଁ ଆର୍ମଡ ଭେଇକିଲ ମୁତୟନ ହୋଇଛି । ସମସ୍ତ ସୁରକ୍ଷା ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି ନିଜେ ଡିଜିପି। ବିଶେଷକରି ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ଘଟିବ ତାହା ହେଲେ ତାକୁ କିଭଳି ପ୍ରତିହତ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ?
ଏଥିସହ ସ୍ନାନଯାତ୍ରା ଓ ରଥଯାତ୍ରା ବ୍ୟବସ୍ଥାକୁ ନେଇ ମଧ୍ୟ ଅନୁଧ୍ୟାନ କଲେ ଡିଜିପି । ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ ବ୍ୟବସ୍ଥା ଓ ଭିଡ ନିୟନ୍ତ୍ରଣ ତଥା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପୁରୀ ଏସ୍ ପିଙ୍କ କାର୍ଯ୍ୟ।ଳୟ ପରିସରରେ ସମୀକ୍ଷା କରାଯାଇଛି। ବୈଠକରେ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିବା ଜଣାପଡିଛି। ଆଡିସନାଲ ଡି ଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ଅମିତାଭ ଠାକୁର, ଦୟାଲ ଗଙ୍ଗଓ୍ଵର, ପ୍ରବୀଣ କୁମାର, ଅନୁପ ସାହୁ, ପିନାକ ମିଶ୍ର, ଏସ ପି ଭିନିତ ଅଗ୍ରୱ।ଲ ଯୋଗଦାନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)