Advertisment

Odisha Tourism Conclave: ଆସନ୍ତା ୨୫ରେ ଭୁବନେଶ୍ବରରେ ହେବ ଷଷ୍ଠ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ୨୦୨୫

ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ, ଭିତ୍ତିଭୂମିର ଉନ୍ନତି, ଓଡ଼ିଶାର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ହୋଟେଲ ନିର୍ମାଣ ପାଇଁ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ ଜମି ଯୋଗାଇଦେବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ନେଇ ଆଲୋଚନା ହେବ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଷଷ୍ଠ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ୨୦୨୫

ଷଷ୍ଠ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ୨୦୨୫

ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହେବ ଷଷ୍ଠ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ୨୦୨୫ । ଯେଉଁଥିରେ ମୁଖ୍ୟ ବିଷୟବସ୍ତୁ ରହିବ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବହୁ ବକ୍ତା ଓ ସଂଗଠନ ଯୋଡ଼ି ହେବେ ।

Advertisment

ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ, ଭିତ୍ତିଭୂମିର ଉନ୍ନତି, ଓଡ଼ିଶାର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ହୋଟେଲ ନିର୍ମାଣ ପାଇଁ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ ଜମି ଯୋଗାଇଦେବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ନେଇ ଆଲୋଚନା ହେବ । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ବଡ଼ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଏବଂ ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ କିପରି ଓଡ଼ିଶାକୁ ଆସି କେବଳ ଦିନେ ଦୁଇଦିନ ନୁହେଁ ଅଧିକ ଦିନ ରହି ବୁଲି ପାରିବେ ତାହା ଏହି କନକ୍ଲେଭର ମୂଳଲକ୍ଷ୍ୟ ହେବ ।

ଅଧିକ ପଢ଼ନ୍ତୁ: ଅଚାନକ ସ୍କୁଲ ବୁଲି ଅନୁଧ୍ୟାନ କଲେ ଚିକିଟି ବିଧାୟକ, ମଧ୍ୟାହ୍ନ ଭୋଜନ ପରଖିବା ସହ ଉପସ୍ଥାନ କଲେ ଯାଞ୍ଚ

Advertisment

ଏହି କନକ୍ଲେଭରେ ମୋଟ ପାଞ୍ଚଟି ସେସନ ରହିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଯୋଗଦେବାପାଇଁ ନିବେଦନ କରାଯିବ ବୋଲି କହିଛନ୍ତି ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସଂଘର ସମ୍ପାଦକ କହିଛନ୍ତି ।

Odisha
Advertisment
Related Articles
Advertisment