ଖୁବଶୀଘ୍ର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା । ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି । ଆଜି ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ''ନୂଆ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବେ । ଏଥିପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛୁ । ଏଯାବତ ୯୬ ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫ କୋଟି ୯୬ ଲକ୍ଷ ଫେରସ୍ତ ହୋଇଛି । ଅବଶିଷ୍ଟ ଜମାକାରୀଙ୍କୁ ଫେରସ୍ତ ପାଇଁ ତ୍ବରିତ ପଦକ୍ଷେପ ନିଆଯାଉଛି ।''
#ଚିଟ୍ଫଣ୍ଡ_କ୍ଷତିଗ୍ରସ୍ତ_ଫେରିପାଇବେ_ଟଙ୍କା’
— ଓଟିଭି (@otvkhabar) March 24, 2025
-ଚିଟଫଣ୍ଡ୍ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ଚାଲିଛି
-ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
‘-ନୂଆ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବେ’
‘-ପ୍ରକ୍ରିୟାକୁ ସରଳୀକରଣ ପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛୁ’‘
-ଏଯାବତ ୯୬ ହଜାର… pic.twitter.com/CfnujSQjiT
ଅଧିକ ପଢ଼ନ୍ତୁ:ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା
ନିର୍ବାଚନ ପୂର୍ବରୁ ବିଜେପି ସରକାରକୁ ଆସିଲେ ଦେଢ ବର୍ଷ ଭିତରେ ଚିଟ୍ଫଣ୍ଡ କ୍ଷତିପୂରଣ ମିଳିବ ବୋଲି ଘୋଷଣା କରିଥିଲା । ଦଳ କ୍ଷମତାକୁ ଆସିବା ପରେ ନିଜ ପ୍ରତିଶ୍ରୁତି ଅନୁଯାୟୀ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି, ନୂଆ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବେ ।
ନିକଟରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ କିପରି ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ତାହା ଜଣାଇଥିଲେ । ସେ ୧୯୯୦ ଓ ୨୦୦୨ରେ ଦୁଇଥର ଠକେଇର ଶିକାର ହୋଇଥିଲେ । ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥା ତାଙ୍କୁ ଠକିଥିଲେ । ଟଙ୍କା ଯୋଗାଡ଼ କରି ସେ ଦେଇଥିଲେ, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା । ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲେ, ମାତ୍ର ଟଙ୍କା ମିଳିଲାନି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
- Reported by:
- SOUMYA RANJAN SAHOO