Odisha Budget Session 2025: ସରଗରମ ହେବ ବଜେଟ୍ ଅଧିବେଶନ; ସରକାରଙ୍କ ଉପରେ ଭାରି ପଡ଼ିପାରନ୍ତି ବିରୋଧି

ବିରୋଧିଙ୍କୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ରୁମରେ ବିଧାୟକ ଦଳ ବୈଠକ କରିଛି ବିଜେପି । ଗତ ୮ ମାସରେ ମୋହନ ସରକାରଙ୍କ ସଫଳତାର କଥା ରଖି ବିରୋଧିଙ୍କ ପାଟି ଚୁପ୍ କରିବାକୁ ଯୋଜନା କରିଛି ଶାସକ ଦଳ ।

ସରଗରମ ହେବ ବଜେଟ ଅଧିବେଶନ ।

କାଲିଠୁ ଆରମ୍ଭହେବ ମୋହନ ସରକାରଙ୍କର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ । ଏହି ଅଧିବେଶନରେ ସରକାରଙ୍କ ଉପରେ ଭାରି ପଡ଼ିପାରନ୍ତି ବିରୋଧୀ । କାହିଁକି ନା ଏହା ଭିତରେ ନୂଆ ସରକାରଙ୍କୁ ୮ ମାସ ପୂରି ଗଲାଣି । ତେଣୁ ପୂର୍ବଭଳି ଆଉ ପୂର୍ବ ସରକାରର ଦୋଷ ଦୁର୍ବଳତାର ଆଳରେ ଖସିବା ସହଜ ହେବ ନାହିଁ । ସେପଟେ ୮ ମାସରେ ନୂଆ ନୂଆ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କାଉଣ୍ଟର କରିବାକୁ ବିଜେପି ବି କରିଛି ଷ୍ଟ୍ରାଟେଜୀ ।

ଏସବୁ ଭିତରେ ଆଜିଠୁ ପେପରଲେସ୍ ହୋଇଛି ବିଧାନସଭା । ଆସନ୍ତା କାଲିଠୁ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ଆଜି ୩ ରାଜନୈତିକ ଦଳ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେଡି ବିଧାୟକମାନେ ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନଙ୍କ ନେତୃତ୍ୱରେ ରଣନୀତି ସ୍ଥିର କରିଛନ୍ତି । ଧାନମଣ୍ଡି ଅବ୍ୟବସ୍ଥା, ବାରବାଟୀ କ୍ରିକେଟ ମ୍ୟାଚ୍ ବିଭ୍ରାଟ, ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ସ୍ଥିର କରିଛି ବିଜେଡି ।

କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକ ଡାକି ଗୃହରେ ଦରଦାମ ବୃଦ୍ଧି, କେୱାଇସିରେ ସମସ୍ୟା ପ୍ରସଙ୍ଗ ଉଠାଇବ ବୋଲି କହିଛି । ଅପରପକ୍ଷେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ରୁମରେ ବିଧାୟକ ଦଳ ବୈଠକ କରିଛି ବିଜେପି । ଗତ ୮ ମାସରେ ମୋହନ ସରକାରଙ୍କ ସଫଳତାର କଥା ରଖି ବିରୋଧୀଙ୍କ ପାଟି ଚୁପ୍ କରିବାକୁ ଯୋଜନା କରିଛି ଶାସକ ଦଳ । ଅନ୍ୟପଟେ ଆଜିଠୁ ପେପର୍ ଲେସ୍ ହୋଇଛି ବିଧାନସଭା । ଏଥର ପେପର ବଦଳରେ ଟ୍ୟାବ୍‌ରେ ପଢିବେ ବିଧାୟକ । ଏଥିପାଇଁ ୧୪୭ ବିଧାୟକଙ୍କ ଆସନରେ ଲାଗିଛି ଟ୍ୟାବ୍ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଫଳରେ ଆଉ ପ୍ରଶ୍ନୋତ୍ତର କିମ୍ବା କୌଣସି ପ୍ରସ୍ତାବ କାଗଜ ଜରିଆରେ ହେବନନାହିଁ ।

ଅଧିକ ପଢନ୍ତୁ: ପଦ୍ମଶ୍ରୀ ପୁରସ୍କାର ବିବାଦ, ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି

ଗୃହର ସମସ୍ତ ପ୍ରୋସିଡିଂ ବିଷୟରେ ଗୋଟିଏ ଫିଙ୍ଗର ଟିପ୍ସରେ ହିଁ ସବୁ ଜଣାପଡିଯିବ । ନେଭା ଆପ୍ଲିକେସନ ଜରିଆରେ ଏହି ବ୍ୟବସ୍ଥା ହୋଇଛି । ଆସନ୍ତାକାଲିଠୁ ସବୁ ବିଧାୟକଙ୍କୁ ଘଣ୍ଟାଏ ଲେଖାଏଁ ଏହି ନୂଆ ବ୍ୟବସ୍ଥା ବାବଦରେ ତାଲିମ ମଧ୍ୟ ଦିଆଯିବ । ଏହାଦ୍ୱାରା ବିଧାୟକଙ୍କ ଡିଜିଟାଲ ଆଟେଡାଣ୍ଟ ରହିବ । କିଏ କେତେ ସମୟ ଆଲୋଚନାରେ ଭାଗ ନେଉଛି ତାର ତଥ୍ୟ ମଧ୍ୟ ରହିବ ।

ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୫ ଯାଏଁ ଚାଲିବାକୁ ଥିବା ବଜେଟ୍ ଅଧିବେଶନରେ ରହିଛି ୨୮ଟି କାର୍ଯ୍ୟଦିବସ । ମୋହନ ସରକାରଙ୍କ ଦ୍ୱିତୀୟ ବଜେଟ୍ ୧୭ ତାରିଖରେ ଆସିବ । ଚଳିତ ବଜେଟ୍ ୨ ଲକ୍ଷ ୮୦ ହଜାର କୋଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏହି ବଜେଟରେ ସରକାର କଣ ନୂଆ ଯୋଜନା ଆଣିବେ ଏବଂ କେଉଁ ସେକ୍ଟରକୁ ଗୁରୁତ୍ୱ ଦେବେ ତା' ଉପରେ ଏବେ ରାଜ୍ୟବାସୀଙ୍କ ନଜର । 

ଅଧିକ ପଢନ୍ତୁ: ଜନ୍ମମାଟିରେ ମା’ଅମ୍ବିକାଙ୍କ ନିକଟରେ ଉତ୍ତମଙ୍କ ପାଇଁ ଜଳିଲା ୧୦୮ ଦୀପ