Advertisment

Kotia Integral Part Of Odisha: ‘କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏହାକୁ ନେଇ ସାଲିସ କରାଯିବନି’

ଏକ ମାସ ମଧ୍ୟରେ ନିଜ ନିଜ ବିଭାଗର ରୋଡ୍‌ ମ୍ୟାପ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ସବୁ ବିଭାଗ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ନିଜ ନିଜ ବିଭାଗର ଯୋଜନା ଏବଂ ରୋଡ୍‌ ମ୍ୟାପ ଦେବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କୋଟିଆ ଓଡ଼ିଶାର ଆମେ ଛାଡ଼ିବୁ ନାହିଁ

କୋଟିଆ ଓଡ଼ିଶାର ଆମେ ଛାଡ଼ିବୁ ନାହିଁ

କୋଟିଆ ହେଉଛି ଓଡ଼ିଶାର ଅଭିଛେଦ୍ୟ ଅଙ୍ଗ । କୋଟିଆକୁ ନେଇ କେବେ ବି ସାଲିସ କରାଯିବନି । ବିକଶିତ କୋଟିଆ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର କମିଟି ବୈଠକରେ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡମ୍ୟାପ୍ । ସୁପ୍ରିମକୋର୍ଟରେ ମଧ୍ୟ ହାରିଥିବା ମାମଲାକୁ ପୁନଃ ଜୀବିତ କରାଯିବ। ଏ ନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

Advertisment

ଏକ ମାସ ମଧ୍ୟରେ ନିଜ ନିଜ ବିଭାଗର ରୋଡ୍‌ ମ୍ୟାପ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ସବୁ ବିଭାଗ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜିଲ୍ଲାପାଳଙ୍କ ସହ ଆଲୋଚନ କରି ନିଜ ନିଜ ବିଭାଗର ଯୋଜନା ଏବଂ ରୋଡ୍‌ ମ୍ୟାପ ଦେବେ । ଆର୍ଥିକ, ସାମାଜିକ, ସଂସ୍କୃତିକ ବିକାଶ ପାଇଁ ଯୋଜନା ହାତକୁ ନିଆଯିବ । ରାସ୍ତା ଘାଟ ସହ ଭିତ୍ତିଭୂମିର ବିକାଶ, ଚାଷୀଙ୍କ ପାଇଁ ମାର୍କେଟର ସୁବିଧା, ଯୁବକଙ୍କ ପାଇଁ କାମ ‍ଆଖି ଆଗରେ ରଖି ବିଭାଗ ଗୁଡିକ ରୋଡ୍‌ ମ୍ୟାପ ତିଆରି କରିବେ । ଗ୍ରାଉଣ୍ଡରେ ସମସ୍ତ ସମସ୍ୟାକୁ ଠାବ କରାଯିବ। ଦ୍ୱାରଦେଶରେ କିଭଳି ସବୁ ସୁବିଧା ପହଂଚିବ ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

କୋଟିଆ ସମସ୍ୟା ଶହେ ବର୍ଷର ସମସ୍ୟା ଯାହାକି ଓଡ଼ିଶା ଏବଂ ଆନ୍ଧ୍ର ଭିତରେ ଲାଗି ରହିଛି । ମାଲି ମକଦ୍ଦମା ମଧ୍ୟ ଚାଲିଥିଲା । କିନ୍ତୁ ଠିକ ଭାବେ ପରିଚାଳନା ନହେବା କାରଣରୁ ଓଡ଼ିଶା କ୍ଷତିଗ୍ରସ୍ତ ହେଲା । ଠିକ୍ ଭାବେ ତଥ୍ୟ ରଖି ପାରିନଥିଲେ ପୂର୍ବ ସରକାର । ସୁପ୍ରିମକୋର୍ଟରେ ଅନ୍ୟ ଏକ କେସରେ ହାରିବା ପରେ ତାକୁ ପୁନଃ ଜୀବିତ ପାଇଁ ଉଦ୍ୟମ କରାଯାଇଛି। ଓକିଲ ମାନଙ୍କ ସହ ପରାମର୍ଶ କରାଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ରିପୋର୍ଟ କାର୍ଡ ମାଗିଥିଲେ ସମୀର, ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ

Suresh Pujari Kotia Issue Revenue Minister
Advertisment
Related Articles
Advertisment