Advertisment

Maoist Encounter: ଛତିଶଗଡ ଏନକାଉଣ୍ଟରରେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ

ଆଲୋକ ଓରଫ୍ ମୁନ୍ନା ଓରଫ୍ ବାଉରୀବନ୍ଧୁ ସେଠୀ। ଘର କଟକ ଜିଲ୍ଲା ନିଆଳି ଥାନା କୁଳଶ୍ରୀ ଗାଁରେ। ଯିଏ ୨୦ ବର୍ଷ ତଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସଂସ୍ପର୍ଶରେ ଆସି ଗାଁ ଛାଡ଼ି ମାଓ ସଂଗଠନରେ ମିଶିଥିବା ଗାଁ ଲୋକେ କହିଛନ୍ତି।

ଅଦ୍ୟତନ ହୋଇଛି
undefined

maoist

Advertisment

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ମାଓ ଏନକାଉଣ୍ଟର ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ। ନିପାତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଛତିଶଗଡ଼ ପୋଲିସ ସୂଚନା ଦେଇଛି। ଯାହା ନାଁ ଆଲୋକ ଓରଫ୍ ମୁନ୍ନା ଓରଫ୍ ବାଉରୀବନ୍ଧୁ ସେଠୀ। ଘର କଟକ ଜିଲ୍ଲା ନିଆଳି ଥାନା କୁଳଶ୍ରୀ ଗାଁରେ। ଯିଏ ୨୦ ବର୍ଷ ତଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସଂସ୍ପର୍ଶରେ ଆସି ଗାଁ ଛାଡ଼ି ମାଓ ସଂଗଠନରେ ମିଶିଥିବା ଗାଁ ଲୋକେ କହିଛନ୍ତି। ଏପରିକି ପରିବାର ଲୋକେ ବି ସୁରାଗ୍ ପାଇନଥିଲେ। ଶେଷରେ ଛତିଶଗଡ଼ ପୋଲିସର ସୂଚନା ପରେ ପୁରା ଅଂଚଳରେ ଏବେ ବାଉରୀବନ୍ଧୁଙ୍କୁ ନେଇ ଚର୍ଚ୍ଚା।

Advertisment

ବାଉରୀ ବନ୍ଧୁ ଥିଲା ଏ ପରିବାରର ସମସ୍ତଙ୍କ ପ୍ରିୟ। କିନ୍ତୁ ସେହି ପୁଅ ଯେ ନକ୍ସଲ ସାଜିବ ଆଉ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିବ ଏହା କେହି କଳ୍ପନା ବି କରି ନଥିଲେ। ଖବର ପାଇବା ପରଠୁ ଏହି ଟାଇଲ ଛପର ଭଙ୍ଗା ଦଦରା ଘରେ ପଡ଼ିରହିଥିବା ବୁଢ଼ୀ ମା’ର ପଞ୍ଜରାହାଡ଼ ଥରିଯାଉଛି। ଭାଇ-ଭାଇଜଙ୍କ ପାଦ ତଳୁ ବି ମାଟି ଖସିଯାଉଛି। ସ୍ତବ୍ଧ ପାଲଟିଯାଇଛି କଟକ ନିଆଳି ଥାନା କୁଳଶ୍ରୀ ଗାଁ। କାରଣ ଦୀର୍ଘ ବର୍ଷ ଧରି ନିଖୋଜ ଥିବା ଆଲୋକ ଓରଫ୍ ବାଉରୀବନ୍ଧୁ ଆଉ ନାହିଁ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ସୁରକ୍ଷାକର୍ମୀଙ୍କ ମାଓ ଏନକାଉଣ୍ଟରରେ ପ୍ରାଣ ହରାଇଛି। ଯାହାର ମୃତଦେହକୁ ଚିହ୍ନଟ ପରେ ପୋଲିସ୍ ବାଉରୀବନ୍ଧୁଙ୍କ ଭାଇ ଓ ମାଙ୍କ ପାଖକୁ ଆସି ଖବର ଦେଇଛି।

ଅଧିକ ପଢ଼ନ୍ତୁ: ଚେନ୍ନାଇ ହାଇକୋର୍ଟ କହିଲେ, ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ହ୍ୟାଣ୍ଡସେକ ଯୌନ ଶୋଷଣ

Advertisment

ପ୍ରଶ୍ନ ଉଠୁଛି, ଉପକୂଳରୁ କେମିତି ଉପାନ୍ତ ଯାଏଁ ପହଞ୍ଚିଥିଲେ ବାଉରୀ ବନ୍ଧୁ ସେଠୀ ? ଏକଦା ମେଧାବୀ ଛାତ୍ର ଥିବା ବାଉରୀ କାହିଁକି ବାଛିଥିଲା ମାଓ ବିଚାରଧାରାକୁ? କୁଳଶ୍ରୀ ଗ୍ରାମବାସୀଙ୍କ କହିବା କଥା, ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକ କଲେଜରେ ୨୦୦୦ ମସିହାରେ ନାମ ଲେଖାଇଥିଲା ବାଉରୀ। ଏହି କଲେଜରେ ପଢ଼ିବାବେଳେ କୁଖ୍ୟାତ ମାଓବାଦୀ ସବ୍ୟସାଚୀ ପଣ୍ଡା ସହ ସଂସ୍ପର୍ଶରେ ଆସିଥିଲା ସେ। ୨୦୦୫ରେ କୁଳଶ୍ରୀ ସ୍କୁଲ ପଡ଼ିଆରେ ଜନଗର୍ଜନ ସମାବେଶ ନାଁରେ ବାଉରୀବନ୍ଧୁ ଆୟୋଜନ କରିଥିଲା ଏକ ବିରାଟ ସମାବେଶ। ସମାବେଶକୁ ସେତେବେଳେ ପୋଲିସ ବିରୋଧ କରିବାରୁ ଜୟୀ ରାଜଗୁରୁଙ୍କ ନାଁରେ ହୋଇଥିଲା କାର୍ଯ୍ୟକ୍ରମ। ପରବର୍ତ୍ତୀ ସମୟରେ ପାରାଦୀପରେ ଏକ ମିଟିଂ ଥିବା କହି ଘରୁ ବାହାରିଯାଇଥିବା ବାଉରୀବନ୍ଧୁ ଆଉ ବାହୁଡ଼ିନଥିଲା। ଏପରିକି ପରିବାର ସହ ବି ବାଉରୀବନ୍ଧୁ ସହ କୌଣସି ଯୋଗାଯୋଗ ନହେବାରୁ ମୃତ୍ୟୁ ହୋଇଯାଇଥିବା ଭାବି ୧୨ ବର୍ଷ ତଳେ ଶୁଦ୍ଧିକ୍ରିୟା ବି ସାରିଦେଇଥିଲେ ପରିବାର ଲୋକେ।

ସେଦିନ ଥିଲା ଜାନୁୟାରୀ ୨୦ ତାରିଖ। ଛତିଶଗଡ଼ ଏବଂ ଓଡ଼ିଶା ପୋଲିସର ମିଳିତ ନକ୍ସଲ ଦମନ ଅପରେସନରେ ଗରିଆବନ୍ଧରେ ପ୍ରାଣ ହରାଇଥିଲେ ୧୬ ନକ୍ସଲ। ସେମାନଙ୍କ ମଧ୍ୟରୁ ପରିଚୟ ମିଳିଥିବା ୧୨ ଜଣଙ୍କ ତାଲିକାରେ ନିଆଳିର ଆଲୋକ ଓରଫ ବାଉରୀବନ୍ଧୁ ଥିବା କହିଛି ପୋଲିସ। ୩ ରାଜ୍ୟର ପୋଲିସକୁ ନାକେଦମ୍ କରିଥିବା ବାଉରୀବନ୍ଧୁ ଥିଲା ମାଓ ଡିଭିଜନ କେକେବିଏନ ସଂଗଠନର ସଦସ୍ୟ। ତା’ମୁଣ୍ଡ ଉପରେ ଛତିଶଗଡ଼ ସରକାର ୮ ଲକ୍ଷ, ଓଡ଼ିଶା ସରକାର ୫ ଲକ୍ଷ ଏବଂ ଆନ୍ଧ୍ର ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ୧୫-୨୦ ବର୍ଷ ଧରି ମାଓ ସଂଗଠନରେ କାମ କରିଥିବା କୁଳଶ୍ରୀ ଗାଁର ଆଲୋକ ଓରଫ ବାଉରୀବନ୍ଧୁ ଭଳି ଆଉ କେହି ଯୁବକ ନକ୍ସଲ ଲିଙ୍କରେ ରହିଛନ୍ତି କି ଏହା ବଡ ପ୍ରଶ୍ନବାଚ ସୃଷ୍ଟି କରିଛି।

Advertisment

ଅଧିକ ପଢ଼ନ୍ତୁ: ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ, କହିଲେ,‘ସେ କଳା ଲୋକଙ୍କୁ ଘୃଣା କରୁଥିଲେ, ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ

Maoist Naxal Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ