Advertisment

Odisha new liquor policy: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ମଦ ନୀତି, ଏଣିକି ୩ ବର୍ଷରେ ଥରେ ପରିବର୍ତ୍ତନ ହେବ ପଲିସି

ବିଭିନ୍ନ ରାଜ୍ୟର ବେସ୍‌ ପ୍ରାକ୍ଟିସ କ’ଣ ଅଛି ତାକୁ ଅନୁଧ୍ୟାନ କରୁଛନ୍ତି ଅବକାରୀ କମିଶନର, ସଚିବ ଏବଂ ବରିଷ୍ଠ ଅଧିକାରୀ। ୩ଟି ଟିମରେ ଭାଗ ହୋଇ ଆନ୍ଧ୍ରପ୍ରଦେଶ ପରେ ରାଜସ୍ଥାନ, କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟର ପଲିସି ଅନୁଧ୍ୟାନ କରୁଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘ଆଉ ଖୋଲିବନି ନୂଆ ମଦ ଦୋକାନ’

‘ଆଉ ଖୋଲିବନି ନୂଆ ମଦ ଦୋକାନ’

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ମଦ ନୀତି । ଚଳିତ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଲାଗୁ ହେବ ନୂଆ ମଦ ନୀତି। ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ ରାଜ୍ୟର ବେସ୍‌ ପ୍ରାକ୍ଟିସ କ’ଣ ଅଛି ତାକୁ ଅନୁଧ୍ୟାନ କରୁଛନ୍ତି ଅବକାରୀ କମିଶନର, ସଚିବ ଏବଂ ବରିଷ୍ଠ ଅଧିକାରୀ। ୩ଟି ଟିମରେ ଭାଗ ହୋଇ ଆନ୍ଧ୍ରପ୍ରଦେଶ ପରେ ରାଜସ୍ଥାନ, କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟର ପଲିସି ଅନୁଧ୍ୟାନ କରୁଛନ୍ତି। ଅନୁଧ୍ୟାନ କରିବା ପରେ ତର୍ଜମା ହୋଇ ପଲିସିରେ ପରିବର୍ତ୍ତନ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ବଢିଲା +୩ ନାମଲେଖା ଆବେଦନ ଅବଧି, ଏହି ଦିନ ଡେଡ୍‌ଲାଇନ...

ସେହିପରି ସେ ଆହୁରି କହିଛନ୍ତି ଆଡଭାନ୍ସ ସେଟ୍‌ ଅପ୍‌ରେ ନୂଆ ପଲିସି ଆଣିବା ପାଇଁ ପ୍ରୟାସ ଚାଲିଛି। ପୁରୁଣା ପଲିସିରେ ଯାହା ଅସୁବିଧା ଥିଲା ତାହା ପରିବର୍ତ୍ତନ କରାଯିବ। ଏଣିକି ବର୍ଷିକିଆ ପଲିସି ବଦଳରେ ୩ ବର୍ଷିଆ ପଲିସି ହେବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ।

Odisha Prithviraj Harichandan Excise Minister
Advertisment
Related Articles
Advertisment