Advertisment

From Tragedy to Triumph: ନିଜ ପାଦରେ ଚାଲିଲା କୁନିଝିଅ, କମାଲ୍‌ କଲା SCB ମେଡିକାଲ୍‌‌...

ଆଉ ସେ ଅକ୍ଷମ ନୁହେଁ, ବିଜ୍ଞାନ କରି ନଦେଇଛି ତାକୁ ସକ୍ଷମ । ଦୀର୍ଘ ଅଢେଇ ମାସ ପରେ ସେ ଆଜି ଚାଲୁଛି । ସେ ଆଜି ବୁଲି ପାରୁଛି ।

author-image
Sujit kumar Swain
From Tragedy to Triumph

From Tragedy to Triumph

ନିରୀହ କୁନିକୁନି ଆଖି ଯୋଡ଼ାକ ଅନେକ ସ୍ୱପ୍ନ ଦେଖିବା ଆଗରୁ ଭାଗ୍ୟ ଟାଣି ଦେଇଥିଲା ଲକ୍ଷ୍ମଣ ଗାର । ଛଡ଼ାଇ ନେଇଥିଲା ଗୋଡ଼ । ପାଦରେ ପାଦ ମିଶାଇ ଚାଲିବାକୁ ଅକ୍ଷମ କରାଇଦେଇଥିଲା । ପୂରା ଭବିଷ୍ୟତ ଅନ୍ଧାର କରିଦେବାକୁ ଧମକ ଦେଇଥିଲା । ହେଲେ ଏବେର ବିଜ୍ଞାନ ଦୂର କରିଦେଇଛି ସେଇ ଅନ୍ଧାରକୁ । ବୈଷ୍ଣବୀ ପାଇଛି ରାହା, ନିଜେ ନିଜ ପାଦରେ ଛିଡ଼ା ହୋଇ ଆଗକୁ ବଢ଼ିବାକୁ ଶକ୍ତି ପାଇଛି । ଆଉ ସେ ଅକ୍ଷମ ନୁହେଁ, ବିଜ୍ଞାନ କରି ନଦେଇଛି ତାକୁ ସକ୍ଷମ । ଦୀର୍ଘ ଅଢେଇ ମାସ ପରେ ସେ ଆଜି ଚାଲୁଛି । ସେ ଆଜି ବୁଲି ପାରୁଛି । ନିଜର ଲୋକଙ୍କ ହାତ ଧରି ଆଗକୁ ବଢ଼ି ଭବିଷ୍ୟରେ ଉଡ଼ିବାକୁ ସ୍ୱପ୍ନ ଦେଖୁଛି । 

Advertisment

ଗତ ମାର୍ଚ୍ଚ ମାସ ୧୪ରେ ବୈଷ୍ଣବୀଙ୍କ ସହ ଘଟିଥିଲା ବଡ଼ ଦୁର୍ଘଟଣା । ପରିବାର ସହ ବାଇକରେ ଯାଉଥିବା ବେଳେ ବାମ ଗୋଡ଼ ହରାଇଥିଲା କୁନିଝିଅ । ମୟୂରଭଞ୍ଜ ବେତନଟୀ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ୮ ବର୍ଷର ବୈଷ୍ଣବୀକୁ ଦୁର୍ଘଟଣାସ୍ଥଳରୁ ମେଡିକାଲକୁ ନେଇ ଗୋଡ ଅପରେ ସନ୍‌ କରାଇଥିଲେ ସୁଦ୍ଧା ପରେ ଗୋଡ଼ଟିକୁ କାଟିବାକୁ ପଡ଼ିଥିଲା । ହେଲେ ଏବେ ମୟୁରଭଞ୍ଜ ବଡସାହି ବିଧାୟକ ସନାତନ ବିଜୁଳିଙ୍କ ପ୍ରଚେଷ୍ଠା, ରାଜ୍ୟ ସରକାରଙ୍କ ସହଯୋଗ ଓ SCB ଡାକ୍ତରଙ୍କ ଉଦ୍ୟମରେ କୁନି ଝିଅଟିର ଗୋଡ ଲାଗି ପାରିଛି । 

ଅଧିକ ପଢନ୍ତୁ :  ବହିଷ୍କାର ପରେ ମୁହଁ ଖୋଲିଲେ ତେଜ ପ୍ରତାପ, ଲେଖିଲେ ଇମୋସନାଲ ନୋଟ୍...

Advertisment

ଏବେ ସିଏ ପୂର୍ବ ପରି ଚଲାବୁଲା କରିପାରୁଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସେ ଘରକୁ ଯାଇପାରିବେ ବୋଲି ସୂଚନା ଦେଇଛନ୍ତି ପ୍ଲାଷ୍ଟକ ସର୍ଜରୀ ବିଭାଗୀୟ ମୁଖ୍ୟ । ଅନ୍ୟପଟେ ଝିଅ ପୂର୍ବ ପରି ଚଲାବୁଲା କରିପାରୁଥିବାରୁ ଖୁସି ଯାଇଛନ୍ତି କୁନିଝିଅର ସମ୍ପର୍କୀୟ ।

ଅଢ଼େଇ ମାସ ପରେ କୁନିଝିଅ ବୈଷ୍ଣବୀ ଚାଲିଛି । ଆଉ ପରିବାର ଓ ସଂପର୍କୀୟ ବି ବେଶ୍‌ । ବିଧାୟକ, ରାଜ୍ୟ ସରକାରଙ୍କ ସହଯୋଗ ଓ SCB ଡାକ୍ତରଙ୍କ ଉଦ୍ୟମକୁ ସବୁଠି ପ୍ରଶଂସା କରାଯାଇଛି । 

SCB Medical Odisha Girl
Advertisment
Related Articles
Advertisment