Advertisment

+3 Admission Deadline Extended: ପୁଣି ବଢିଲା +୩ ନାମଲେଖା ଆବେଦନ ଅବଧି, ଏହି ଦିନ ଡେଡ୍‌ଲାଇନ...

ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଅବଧି ପୁଣି ବଢିଲା । ପୂର୍ବରୁ ଜୁନ ୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଥିଲା । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦାବିକୁ ଦୃଷ୍ଟିରେ ରଖି ପୁଣି ଥରେ +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବଢାଇଛି ଉଚ୍ଚଶିକ୍ଷା ବିଭାଗ । ଜୁନ୍‌ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ କରିପାରିବେ ଛାତ୍ରଛାତ୍ରୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Deadline For +3 Admission Extended

Deadline For +3 Admission Extended

+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି ହୋଇଛି ।  ଜୁନ୍‌ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ କରିପାରିବେ ଆଶାୟୀ । ଫର୍ମ ଦାଖଲ ଅବଧି ବଢ଼ାଇଲା ଉଚ୍ଚ ଶିକ୍ଷା ବିଭାଗ । ଅବଧି ବଢ଼ାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ପୂର୍ବରୁ ଦାବି କରିଥିଲେ । ପୂର୍ବରୁ ଜୁନ ୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିବା ଲାଗି ମେ ୨୦ ଶେଷ ତାରିଖ ଥିଲା । ଯୁକ୍ତ ଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩  ପାଇଁ ଆବେଦନ କରିବାରେ ବାଧା ଉପୁଜିଥିଲା । ଏଣୁ ଅନେକ ଅଭିଯୋଗ ମଧ୍ୟ ଆସୁଥିଲା । ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା ।

Advertisment

ପୂର୍ବରୁ ଜୁନ ୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିଲା । ପରେ ମେ ୨୧ ତାରିଖରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇଥିଲା । ହେଲେ ନାମଲେଖା ଅବଧି ଆଉ କମ୍ ଦିନ ଥିବାରୁ ସମସ୍ତଙ୍କ ପକ୍ଷରେ ନାମଲେଖା ଆବେଦନ କରିବା ସମ୍ଭବପର ହୋଇନଥିଲା । ତେଣୁ ଏହି ଅବଧିକୁ ପୁଣି ଥରେ ବଢାଇବାକୁ ଦାବି ହୋଇଆସୁଥିବାବେଳେ ଆଉ ୩ ଦିନ ବଢାଯାଇ ଜୁନ୍‌ ୪ ଯାଏଁ ସମୟ ଦେଇଛି ଉଚ୍ଚଶିକ୍ଷା ବିଭାଗ । 

Advertisment

ଅଧିକ ପଢନ୍ତୁ : JEE ଆଡଭାନ୍ସଡ୍ ରେଜଲ୍ଟ ପ୍ରକାଶ, ରଜିତ ଗୁପ୍ତା ଟପ୍ପର

Admissions Degree Colleges
Advertisment
Related Articles
Advertisment