Advertisment

Attack on Additional Tehsildar: ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଅତିରିକ୍ତ ତହସିଲଦାରଙ୍କୁ ମାରିଲେ, ଗାଡି ଭାଙ୍ଗିଲେ

କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ବାଲି ଚୋରା ଚାଲାଣକୁ ନେଇ ଚଢାଉ ପାଇଁ ଯିବା ବେଳେ ୧୦ରୁ ଅଧିକ ବାଲି ମାଫିଆ ତାଙ୍କ ଉପରକୁ ଆକ୍ରମଣ କରିବା ସହ ଇଟା ଓ ପଥର ମାଡ କରି ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Additional Tehsildar

Additional Tehsildar

ମାତିଲେ ବାଲି ମାଫିଆ। ମାଫିଆଙ୍କ ଦୌରାତ୍ମ୍ୟରେ ଅସହ୍ୟ ଅତିରିକ୍ତ ତହସିଲଦାର। ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାଡ ମାରିଲେ ଓ ଗାଡି ଭାଙ୍ଗିଲେ। ଅତିରିକ୍ତ ତହସିଲଦାରଙ୍କୁ କଲେ ପ୍ରାଣାନ୍ତକ ଆକ୍ରମଣ। ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ। କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ କାର ଧରି ବାହାରିଯିବା ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସେଠାରେ ଉପସ୍ଥିତ ଥିବା ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ

ଏହା ପରେ ମାଫିଆମାନେ ତାଙ୍କୁ ଘେରି ଯିବାରୁ ଅତିରିକ୍ତ ତହସିଲଦାର ସେଠାରୁ ଖସି ଆସି କପ୍ତିପଦା ଥାନାକୁ ଆସିଥିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ ରୁ ଅଧିକ ବାଲି ମାଫିଆ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଇଟା ଓ ପଥର ମାଡ଼ କରି ଭାଙ୍ଗି ଚୁରମାର କରିବା ସହିତ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ କଲର ଧରି ଘୋଷାଡି ଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ।

ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇବା ପରେ ମାଫିଆମାନେ ଫେରାର ହୋଇ ଯାଇଥିଲେ। ଏ ସଂକ୍ରାନ୍ତରେ ଅତିରିକ୍ତ ତହସିଲଦାର କହିଛନ୍ତି, ଜୀବନ ପ୍ରତି ବିପଦ ଥିବା ଜାଣି ସେ ଥାନାକୁ ଯାଇଥିଲେ, ହେଲେ ଥାନା ଗେଟ ବନ୍ଦ ଥିବାରୁ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଆହତ ହୋଇଥିବା ଜଣାପଡିଛି।

Advertisment

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ଓଡିଶାର ‘ଜରି ମାଉସୀ’

Tehsildar Udala Sand Mafia In Odisha
Advertisment
Advertisment