Advertisment

Nepali Students Out From KIIT: ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବିଦା କଲା KIIT, ଆସିଲା ସାଂଘାତିକ ଅଭିଯୋଗ

ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ପାଇପରେ ପିଟିଥିବା ନେଇ ଅଭିଯୋଗ ମଧ୍ୟ ଆସିଛି। ସେହିପରି ରହିବା, ଖାଇବା ଏପରିକି ଟିକେଟ ପାଇଁ ମଧ୍ୟ ପଇସା ନ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଣ କରିବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
KIIT

KIIT

KIIT ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁକୁ ନେଇ ଅଡୁଆ ବଢିବାରେ ଲାଗିଛି। କିଟ ହଷ୍ଟେଲରେ ଥିବା ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଜୋର ଜବରଦସ୍ତି ସମସ୍ତ ଛାତ୍ରଛାତ୍ରୀଙ୍କୁ କଟକ ରେଲୱେ ଷ୍ଟେସନକୁ ନିଆଯାଇଥିଲା। ସେଠାରୁ ସମସ୍ତଙ୍କୁ ନିଜ ଘରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସହପାଠୀଙ୍କ ମୃତ୍ୟୁକୁ ନେଇ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିବା କାରଣରୁ ସମସ୍ତଙ୍କୁ ବିଦା କରାଯାଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ମାଟି ମାଫିଆଙ୍କ ରାଜ୍, ଜଙ୍ଗଲରୁ ଉଠାଯାଉଛି ବେଆଇନ ଭାବେ ମାଟି

ଏହା ସହିତ ଛାତ୍ରଛାତ୍ରୀ ମାନେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଛାତ୍ରୀ ଜଣଙ୍କ ଜଣେ ଯୁବକଙ୍କ ଦ୍ବାରା ଶାରୀରିକ ଓ ମାନସିକ ନିର୍ଯାତନା ପାଇବା ପରେ ଏହାକୁ ନେଇ ଇଣ୍ଟରନ୍ୟାସନାଲ ରିଲେସନସ ଅଫିସର ଦ୍ବାରସ୍ଥ ହୋଇଥିଲେ। ୨-୩ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଅ ଯାଇ ନ ଥିଲା। ଫଳରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ।

Advertisment

ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ପାଇପରେ ପିଟିଥିବା ନେଇ ଅଭିଯୋଗ ମଧ୍ୟ ଆସିଛି। ସେହିପରି ରହିବା, ଖାଇବା ଏପରିକି ଟିକେଟ ପାଇଁ ମଧ୍ୟ ପଇସା ନ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଣ କରିବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।

ଏଭଳି ପରିସ୍ଥିତିରେ KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଲାଗିରହିଛି।  KIITରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ରବିବାର ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଉତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିଲେ। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କ୍ୟାଂପସ ସାମ୍ନାରେ ରାସ୍ତା ଅବରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏହା ସହିତ ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ନେପାଳର ଛାତ୍ରୀ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ଛାତ୍ରୀ ଜଣଙ୍କ ବିଟେକ ତୃତୀୟ ବର୍ଷର ଛାତ୍ରୀ ଥିଲେ।

ଅଧିକ ପଢ଼ନ୍ତୁ: ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

Student Girl Suicide KIIT KIIT University
Advertisment
Advertisment