Advertisment

Naba Das Murder Mystery: ନବ ଦାସ ହତ୍ୟା ମାମଲା: ଦୀପାଳି ଦାସଙ୍କ ବଡ଼ ବୟାନ, କହିଲେ...

ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ କହିଲେ ଦୀପାଳି ଦାସ । ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ। ଏଥି ସହ ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ୍‌ ଶୀଘ୍ର ପ୍ରଦାନ କରିବୁ ବୋଲି କହିଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Naba Das Murder Mystery

Naba Das Murder Mystery

ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନ । ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ କହିଲେ ଦୀପାଳି ଦାସ । ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବା ସହ ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ୍‌ ଶୀଘ୍ର ପ୍ରଦାନ କରିବୁ ବୋଲି କହିଛନ୍ତି । ଠିକ୍‌ ୨ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା ।

Advertisment

ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନିକଟରେ ସାଲୁଜା ବଡ଼ ଖୁଲାସା କରିଥିଲେ । ଚାଂଚଲ୍ୟକର ବୟାନ ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା । ନବ ଦାସଙ୍କ ଏକାନ୍ତ ଘନିଷ୍ଠ ଥିଲେ ସନ୍ତୋଷ ସିଂ ସାଲୁଜା । ଝାରସୁଗୁଡ଼ା କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା । ତତ୍କାଳୀନ ଏସପି ଓ ଜିଲ୍ଲାପାଳ କହିଥିବା କହିଥିଲେ ସାଲୁଜା । କିଏ ଚାପ ପକାଇଥିଲେ ସେ ଦୁଇ ଜଣ କହିପାରିବେ କହିଥିଲେ ସାଲୁଜା । ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ସାଲୁଜା କହିଥିଲେ, ଷଡ଼ଯନ୍ତ୍ର ପଛରେ କିଏ CBI ତଦନ୍ତ ହେଲେ ଜଣାପଡ଼ିବ ।

ଅଧିକ ପଢ଼ନ୍ତୁ:  ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?

Advertisment

ଏପଟେ ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ରହସ୍ୟର ଯେମିତି ଅନ୍ତ ନାହିଁ । ମର୍ଡର ପ୍ଲଟ୍‌ଠୁ ନେଇ ହସ୍ପିଟାଲ ଯାଏଁ ସବୁଠି ଯେମିତି ଖାଲି ଷଡ଼ଯନ୍ତ୍ର ଆଉ ଷଡ଼ଯନ୍ତ୍ରର ଗନ୍ଧ । ୟା ଭିତରେ ସାମ୍ନାକୁ ଆସିଥିଲା ତଥ୍ୟ ବି ମୁଣ୍ଡ ଘୂରେଇ ଦେଲା ଭଳି । ନବଙ୍କ ରକ୍ତଭିଜା ସାର୍ଟକୁ କୁଆଡ଼େ ପୋଡ଼ି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଖାଲି ନବଙ୍କ ସାର୍ଟ ପୋଡାଯାଇନି, ଜଣେ ପ୍ରମୁଖ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ହଳଦିଆରୁ ଧଳା ହୋଇଯାଇଛି । ଆଉ ସବୁଠୁ ବଡ଼ କଥା ହେଉଛି, ତଦନ୍ତରେ ଏସବୁ ଛିଦ୍ର ବାବଦରେ ଖବର ପ୍ରସାରଣ ପରେ ଗତକାଲି  ହିଁ ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ତଲବ କରୁଛି କ୍ରାଇମବ୍ରାଞ୍ଚ ।

ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ । ମର୍ଡର ପ୍ଲଟ୍‌ଠୁ ହସ୍ପିଟାଲ ଯାଏଁ ସବୁଠି ଯେମିତି ପାଖେ ପାଖେ ରହି, ନିଜ ଇଚ୍ଛା ମୁତାବକ ତଦନ୍ତର ଦିଗକୁ ମୋଡ଼ୁଥିଲା ହତ୍ୟା ଷଡ଼ଯନ୍ତ୍ରକାରୀ । କେମିତି ନଜର ପକାନ୍ତୁ ଏ ତିନିଟି ବିନ୍ଦୁ ଉପରେ। 

୧. ଗୁଳିମାଡ଼ରେ ମୃତ ମନ୍ତ୍ରୀ ନବଙ୍କ ରକ୍ତଜୁଡୁବୁଡୁ ସାର୍ଟକୁ ହସ୍ପିଟାଲରେ ପୋଡ଼ି ଦିଆଯିବା
୨. ଗୁଳିମାଡ଼ର ପ୍ରମୁଖ ସାକ୍ଷୀଙ୍କ ହଳଦିଆ ସାର୍ଟ ବୟାନ ରେକର୍ଡ ବେଳେ ଧଳା ହୋଇଯିବା
୩. ଖବର ପ୍ରସାରଣକୁ ଦେଖି ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ଏବେ ରିପୋର୍ଟ ତଲବ କରିବା 

ବ୍ରଜରାଜନଗର ଗାନ୍ଧିଛକରେ ନବଙ୍କୁ ଗୁଳିମାଡ଼ ସମୟରେ ରକ୍ତରେ ବୁଡ଼ିଯାଇଛି ନବ ପିନ୍ଧିଥିବା ଧଳା ସାର୍ଟ । କିନ୍ତୁ ମୃତ୍ୟୁ ପରେ ନା କ୍ରାଇମବ୍ରାଞ୍ଚ ପାଖରେ ରକ୍ତଭିଜା ସାର୍ଟ ରହିଛି, ନା ପରୀକ୍ଷା ପାଇଁ ଫୋରେନ୍ସିକ୍ ଲାବ୍‌କୁ ପଠାଯାଇଛି । ଆଉ ଏ ଭିତରେ କ୍ରାଇମବ୍ରାଞ୍ଚ୍ ସୂତ୍ରରୁ ମିଳିଥିବା ଚାଞ୍ଚଲ୍ୟକର ତଥ୍ୟଟି ହେଉଛି ଝାରସୁଗୁଡ଼ାରୁ ଭୁବନେଶ୍ବର ଆସିବା ପରେ ଯେଉଁ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା, କୋଭିଡ୍ ଆଳରେ କୁଆଡ଼େ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ତାକୁ ପୋଡ଼ି ଦେଇଛନ୍ତି । ଆହୁରି ସାଂଘାତିକ କଥାଟି ହେଉଛି କି ନବଙ୍କ ହତ୍ୟାର ୩ ମାସ ପୂର୍ବରୁ କୋଭିଡ୍ କଟକଣାକୁ ହଟାଇ ସାରିଥିଲେ ରାଜ୍ୟ ସରକାର ।

ତେଣୁ ପ୍ରଶ୍ନ ପୂରା ସରକାର ହସ୍ପିଟାଲରେ ଉପସ୍ଥିତ ଥିଲା ବେଳେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳିମାଡ଼ ଭଳି ସାଂଘାତିକ ଘଟଣାର ଗୁରୁତ୍ବପୂର୍ଣ୍ଣ ପ୍ରମାଣକୁ କେମିତି ଜାଳି ଦିଆଯାଇ ପାରିଲା ? ହସ୍ପିଟାଲ୍ କର୍ତ୍ତୃପକ୍ଷ ଜାଣିଶୁଣି ଏମିତି କରିଛନ୍ତି ନା କାହା ନିର୍ଦ୍ଦେଶରେ ପ୍ରମାଣ ଲିଭେଇ ଦେଇଛନ୍ତି ? ହେଲେ ଏନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାନ୍ତି ଆପୋଲୋ ହସ୍ପିଟାଲ୍ କର୍ତ୍ତୃପକ୍ଷ ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା; ଚାଂଚଲ୍ୟକର ବୟାନ ଦେଲେ ସନ୍ତୋଷ ସିଂ ସାଲୁଜା...

Naba Das CBI
Advertisment
Advertisment