/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748491519.jpg)
Minister Shivraj Singh Chouhan In Puri
ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ପୁରୀ ଗସ୍ତରେ ଅଛନ୍ତି । ଶ୍ରୀମନ୍ଦିର ଆସି ଜଗା ଦର୍ଶନ କରିଛନ୍ତି । ପୁରୀରେ ଆୟୋଜିତ 'ବିକଶିତ କୃଷି ସଂକଳ୍ପ ଅଭିଯାନ' କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ପୂର୍ବାହ୍ନ ୧୧ଟା ୩୦ରେ ଭୁବନେଶ୍ୱର ସ୍ଥିତ ସିଫା (CIFA )ରେ କୃଷି କାର୍ଯ୍ୟ କରୁଥିବା ମହିଳାଙ୍କ ସହ ଆଲୋଚନା କରିବେ କେନ୍ଦ୍ର କୃଷି ମନ୍ତ୍ରୀ ।
ପୁରୀରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ 'ବିକଶିତ କୃଷି ସଂକଳ୍ପ ଅଭିଯାନ' । ଏହି ଅଭିଯାନ ମାଧ୍ୟମରେ କୃଷି କ୍ଷେତ୍ରକୁ ବିକଶିତ କରିବା ନେଇ ଲକ୍ଷ୍ୟ ରହିଛି। ଯେଉଁଥିରେ ବୈଜ୍ଞାନିକମାନେ କ୍ଷେତକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ । କୃଷି ଉତ୍ପାଦନ ବଢାଇବା ଓ ଉତ୍ପାଦନ ଖର୍ଚ୍ଚ କମାଇବା ସହ ଚାଷୀ କିପରି କମ୍ ଖର୍ଚ୍ଚରେ ଲାଭଦାୟକ ହେବ ସେନେଇ ସରକାର ଚେଷ୍ଟା ଚଳାଇଛନ୍ତି । ଆଜି କେନ୍ଦ୍ର କୃଷି ମନ୍ତ୍ରୀ ପୁରୀ ଗସ୍ତରେ ଥିବାବେଳେ ତାଙ୍କ ସହ ଉପସ୍ଥିତ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)