/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748430238.jpg)
Govt Hikes MSP
ଚାଷୀଙ୍କ ପାଇଁ ଖୁସି ଖବର । ବଢିଲା ଖରିଫ୍ ଫସଲ MSP । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୬୯ ଟଙ୍କା ବଢିଲା । ୨୦୨୫-୨୬ ବର୍ଷ ପାଇଁ ଆଜି ମୋଟ ୧୪ଟି ଖରିଫ୍ ଫସଲର MSP ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ସହିତ ହରଡ଼, ମୁଗ, ବାଜରା, ଜୱାର, କପା ଏବଂ ସୂର୍ଯ୍ୟମୁଖୀ, ରାଶି, ବାଦାମ, ସୋୟାବିନ ଆଦି ତୈଳବୀଜ ଜାତୀୟ ଫସଲର MSP ବଢିଛି । ଏନେଇ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ: ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କ ହିତ ପାଇଁ ସରକାର ଏମଏସପି ବୃଦ୍ଧି କରିଛନ୍ତି । ଧାନର MSP ଗତ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରାଯାଇଛି । କେନ୍ଦ୍ର ଦେଉଥିବା ୨,୩୦୦ ଟଙ୍କା ୨,୩୬୯ ଟଙ୍କାକୁ ବୃଦ୍ଧି ହୋଇଛି । ଗ୍ରେଡ୍ A ଧାନ ପାଇଁ କ୍ୱିଣ୍ଟାଲ ପିଛା ମିଳିବ ୨,୩୮୯ ଟଙ୍କା ।
ସେହିଭଳି ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବଢ଼ି ୩,୭୪୯ ଟଙ୍କା ହୋଇଛି । ବାଜରା ୧୫୦ ବଢି କ୍ୱିଣ୍ଟାଲ ପିଛା ୨,୭୭୫ ଟଙ୍କା, ରାଗି ଏମଏସପି ୫୯୬ ଟଙ୍କା ସହ ୪,୮୮୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି ।
Centre raises MSP for kharif crops
Read @ANI story | https://t.co/tnsTTNh8su#Centre#MSP#Kharifcropspic.twitter.com/s04wrKiq57
— ANI Digital (@ani_digital) May 28, 2025
ହରଡ ଡାଲି MSP ୪୫୦ ଟଙ୍କା ବଢି ୮ ହଜାର ଟଙ୍କା ହୋଇଛି । ମୁଗ ଡାଲି କ୍ବିଣ୍ଟାଲ ପିଛା MSP ୮୬ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମକା କ୍ୱାଣ୍ଟାଲ ପିଛା ଏମଏସପି ୧୭୫ ଟଙ୍କା, ସୂର୍ଯ୍ୟମୁଖୀ ୪୪୧ ଟଙ୍କା, ସୋୟାବିନ ୪୩୬ ଟଙ୍କା, ରାଶି ୫୭୯ ଟଙ୍କା ବୃଦ୍ଧି କରାଯାଇଛି । ନୂଆ ଏମଏସପି ପାଇଁ ସରକାର ପ୍ରାୟ ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ, ଯାହାକି ଗତ ସିଜନ ତୁଳନାରେ ୭ ହଜାର କୋଟି ଅଧିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)