/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748487648.jpg)
donald trump
ଭାଙ୍ଗିଲା ଟ୍ରମ୍ପ-ଏଲନ୍ ମସ୍କଙ୍କ ଯୋଡ଼ି । ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ନିଜେ ଏଲନ୍ ମସ୍କ। ଏଲନ୍ ଲେଖିଛନ୍ତି, ଟ୍ରମ୍ପ ପ୍ରଶାସନ ସହିତ ମୋର ସମୟ ଶେଷ ହେଲା । ଏଥିପାଇଁ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଅଧିକ ପଢ଼ନ୍ତୁ: ହାସିନାଙ୍କ ବଡ଼ ଅଭିଯୋଗ...ଆତଙ୍କବାଦୀଙ୍କ ସହାୟତାରେ କ୍ଷମତା ହାତେଇଛନ୍ତି ୟୁନୁସ
ଟ୍ରମ୍ପ ପ୍ରଶାସନରେ DOGE ବା ଡିପାର୍ଟମେଣ୍ଟ ଅଫ୍ ଗମେଣ୍ଟ ଏଫିସିଏନସିର ମୁଖ୍ୟ ପଦ ସମ୍ଭାଳିଥିଲେ ଏଲନ୍ ମସ୍କ । ଇସ୍ତଫା ଦେବା ପରେ ମସ୍କ ଲେଖିଛନ୍ତି, DOGE ମିଶନ ସମୟ କ୍ରମେ ଶକ୍ତିଶାଳୀ ହେବାସହ ସରକାରରେ ଏକ "ଜୀବନଶୈଳୀ" ସାଜିବ । ନିକଟରେ ଟ୍ରମ୍ପଙ୍କ ବଜେଟ୍ ବିଲକୁ ସମାଲୋଚନା କରିଥିଲେ ଏଲନ୍ ମସ୍କ । ବଜେଟ୍ ବିଲକୁ ସମାଲୋଚନା କରିବା ପରେ ସେ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି ।
ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପଛରେ ଏଲନ୍ ମସ୍କଙ୍କ ବଡ଼ ଭୂମିକା ରହିଥିବା ଚର୍ଚ୍ଚା ହେଉଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରମ୍ପଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ ଏଲନ୍ । ବିଜୟ ପରେ ନିଜର ନିର୍ବାଚନୀ ଅଭିଭାଷଣରେ ଏଲନ୍ ମସ୍କଙ୍କୁ ପ୍ରଶଂସା କରିବା ସହ ବଡ଼ ଦାୟିତ୍ୱ ଦେଇଥିଲେ ଟ୍ରମ୍ପ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)