Advertisment

Medical infrastructure: ଉପାନ୍ତ ଅଂଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ସାତସପନ; ଲୋକେ ହନ୍ତସନ୍ତ

ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ।

ଅଦ୍ୟତନ ହୋଇଛି
Medical

Medical

Advertisment

ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ। ଉପାନ୍ତ ଚିତ୍ରକୋଣ୍ଡା ସ୍ବାଭିମାନ ଅଂଚଳ, ଗୁଣୁପୁର ଏବଂ ରାଇରଙ୍ଗପୁରରେ କିଭଳି ରହିଛି ଅବସ୍ଥା ଆସନ୍ତୁ ଜାଣିବା ।

Advertisment

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଂଚଳର ୯ଟି ପଂଚାୟତର ଲୋକେ ନିର୍ଭର କରନ୍ତି ଜାନବାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ। ହେଲେ ଏଠି ଯେମିତି ପରିବେଶ ରହିଛି, ରୋଗ ଭଲ ହେବ କଣ, ଅଧିକ ରୋଗ ଡାକି ଆଣିବା ଭଳି ମନେ ହେଉଛି। ମେଡିକାଲ ପାଚେରୀ କଡ଼େ ଅସ୍ବାସ୍ଥ୍ୟକର ପରିବେଶ। ବର୍ଷାଦିନେ ବିଗିଡେ ସ୍ଥିତି। ବାଲିମେଳା ଜଳଭଣ୍ଡାରର ପାଣି ବଢିଲେ, ମେଡିକାଲ ଭିତର ପାଣି ପାଣି ହୋଇଯାଏ। ଯାହାଫଳରେ ନାନା ହଇରାଣ ହୁଅନ୍ତି ଲୋକେ। ଲହରୀ କାଟେ ବର୍ଷା ଜଳ।ଅତ୍ୟାବଶ୍ୟକ ଭିତ୍ତିଭୂମି, ଡାକ୍ତର ଅଭାବରୁ ରୋଗୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ତେଣେ ବଡପଡାରେ ଥିବା ପୋର୍ଟେବୁଲ୍ ହେଲ୍ଥ କେୟାର କାର୍ଯ୍ୟକ୍ଷମ ହେଲେ ଲାଭ ମିଳନ୍ତା ବୋଲି କହିଛନ୍ତି ଲୋକେ।

ସେହିପରି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅଧୀନରେ ଥିବା ଗୁହାଳଡାଙ୍ଗ୍ରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ପ୍ରାୟ ୧୦ ହଜାର ଲୋକ। କିନ୍ତୁ ଲୋକଙ୍କ ଆବଶ୍ୟକତା କୁ ଦେଖି ନାହିଁ ଏଠି କୌଣସି ସୁବିଧା। ଏଠିକାର ଓପିଡି ଘର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଗୃହ ଅଭାବରୁ ସଭାଗୃହକୁ ଓପିଡି ତଥା ଔଷଧ ଭଣ୍ଡାର ଘର ଭାବେ ବ୍ୟବହାର କରାଯାଉଛି। ମାତ୍ର ଜଣିଏ ଡାକ୍ତର ଭରସାରେ ଚାଲିଛି ଗୁହାଳଡାଙ୍ଗ୍ରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ପୁଣି ଏହି କେନ୍ଦ୍ରର ପରିସରରେ ପାଚେରୀ ନଥିବାରୁ ସଂଧ୍ୟା ହେଲେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟୁଥିବା ଅଭିଯୋଗ ବି ହେଉଛି।

Advertisment

ଅଧିକ ପଢ଼ନ୍ତୁ: ସହଦେବ ହତ୍ୟା ଘଟଣା: ସସପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ଥରେଇ ଦେଲା ପରି ସତ !

ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଡାକ୍ତରଖାନା ପାଲଟିଛି ରେଫରାଲ୍ ସେଣ୍ଟର। ଦୀର୍ଘ ଦିନ ହେଲା ଡାକ୍ତର ସମସ୍ୟା ଓ ଆନୁସଙ୍ଗିକ ଅବ୍ୟବସ୍ଥା ପାଇଁ ସଠିକ୍ ଚିକିତ୍ସା ଲୋକେ ପାଇପାରୁ ନଥିବା ଅଭିଯୋଗ ହୋଇଛି। ଅଧିକାଂଶ ସମୟରେ ଡାକ୍ତର ଅଭାବ ଯୋଗୁ ରୋଗୀ ବ୍ରହ୍ମପୁର, ବିଶାଖାପାଟଣା, ଶ୍ରୀକାକୁଲମ କୁ ରେଫର୍ ହେବାର ନଜିର୍ ରହିଛି। ତେଣେ ସ୍ଥାନୀୟ ବିଧାୟକ କହିଛନ୍ତି, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଏନେଇ ସେ ଆଲୋଚନା କରିବେ। ତେବେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା କେବେ ମିଳିବ, ତା ଉପରେ ନଜର।

Advertisment

ଅଧିକ ପଢ଼ନ୍ତୁ: ବୀଭତ୍ସ କାଣ୍ତ: ହସ୍ପିଟାଲରେ ଡାକ୍ତରଙ୍କୁ ୭ଥର ଛୁରାମାଡ଼ କଲା ରୋଗୀଙ୍କ ସମ୍ପର୍କୀୟ !

Malkangiri Mayurbhanj Rayagada Medical Negligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ