Advertisment

Tamil Nadu Doctor Stabbed: ବିଭତ୍ସ କାଣ୍ତ: ହସ୍ପିଟାଲରେ ଡାକ୍ତରଙ୍କୁ ୭ଥର ଛୁରାମାଡ଼ କଲା ରୋଗୀଙ୍କ ସମ୍ପର୍କୀୟ !

ମେଡ଼ିକାଲ୍‌ରେ ଚାଲିଲା ଖଣ୍ତଯୁଦ୍ଧ । କ୍ୟାନସର ଓ୍ୱାର୍ଡରେ ବୁଲିଲା ଛୁରୀ। କ୍ୟାନ୍‌ସର ଓ୍ୱାର୍ଡରେ ମା'ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଆଖିବୁଜା ଛୁରାମାଡ଼ କଲା ପୁଅ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Chennai Doctor Stabbed Several Times In Head, Neck By Patient's Son

Patient's son stabs doctor 7 times

ଭୟଙ୍କର ଘଟଣା । ବିଭତ୍ସ କାଣ୍ତ ! ମେଡ଼ିକାଲ୍‌ରେ ସୁରକ୍ଷିତ ନୁହଁନ୍ତି ଡାକ୍ତର ! ମେଡ଼ିକାଲ୍‌ରେ ଚାଲିଲା ଖଣ୍ତଯୁଦ୍ଧ । କ୍ୟାନସର ଓ୍ୱାର୍ଡରେ ବୁଲିଲା ଛୁରୀ। କ୍ୟାନ୍‌ସର ଓ୍ୱାର୍ଡରେ ମା'ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଆଖିବୁଜା ଛୁରାମାଡ଼ କଲା ପୁଅ । ଏମିତି ଅଭାବନୀୟ ଘଟଣା ଘଟିଛି ବୁଧବାର ଚେନ୍ନାଇର ଏକ ହସ୍ପିଟାଲରେ । ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଭୟଙ୍କର ଭାବରେ ଛୁରାମାଡ଼ କରିଛନ୍ତି । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ସୂଚନା ଅନୁଯାୟୀ, ଆଜି ସକାଳେ ବିଘ୍ନେଶ ନାମକ ଜଣେ ବ୍ୟକ୍ତି ନିଜ ତିନି ଜଣ ସାଙ୍ଗ ସହ ମିଶି ରୋଗୀ ସାଜି ଡାକ୍ତରଙ୍କ ପାଖକୁ ଆସିଥିଲେ । କ୍ୟାନ୍‌ସର ଓ୍ୱାର୍ଡରେ ଡ୍ୟୁଟିରେ ଥିବା ଡାକ୍ତର ବାଲାଜୀ ଜଗନ୍ନାଥଙ୍କ ପାଖକୁ ଯାଇଥିଲେ । ତେବେ କିଛି ବୁଝିବା ପୂର୍ବରୁ ସେ ଡାକ୍ତରଙ୍କୁ ଛୁରୀରେ ଆଖିବୁଜା ଆକ୍ରମଣ କରିଥିଲେ। ତାଙ୍କ ଉପରକୁ ସେ ୭ ଥର ଛୁରାମାଡ଼ କରିଥିଲେ । ଏଥିରେ ଡାକ୍ତର ବାଲାଜୀ ଗୁରୁତର ହୋଇପଡିଥିଲେ । 

ଅଧିକ ପଢ଼ନ୍ତୁ: ଛୁଆ କାହାର ? କେଉଁଠୁ ଆସିଲା ? ତଦନ୍ତ କରୁଛି ପୋଲିସ

ସେପଟେ ଘଟଣା ପରେ ବିଘ୍ନେଶ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ତାଙ୍କ ସହ ଥିବା ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପୋଲିସର କହିବା ମୁତାବକ, ଉକ୍ତ ହସ୍ପିଟାଲରେ ବିଘ୍ନେଶଙ୍କ ମା' ଚିକିତ୍ସିତ ହେଉଛନ୍ତି । କ୍ୟାନସର ଓ୍ୱାର୍ଡରେ ତାଙ୍କ ଚିକିତ୍ସା ଚାଲିଛି। ତେବେ ଡାକ୍ତର ତାଙ୍କ କ୍ୟାନସର ପୀଡିତ ମା'ଙ୍କୁ ଭୁଲ୍‌ ଔଷଧ ଦେବା ସହ ଚିକିତ୍ସାରେ ଅବହେଳା କରିଥିବା ବିଘ୍ନେଶ ଅଭିଯୋଗ ଆଣିଛନ୍ତି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ଏମ୍‌. ସୁବ୍ରମଣ୍ୟମ କହିଛନ୍ତି ଯେ, ଡାକ୍ତରଙ୍କ ବେକ, ପେଟ ଓ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କର ସର୍ଜରୀ କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ଏହି ଘଟଣା ପରେ ହସ୍ପିଟାଲରେ ଅନ୍ୟ ଡାକ୍ତରଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ସର୍ଭିସ ଏବଂ ପିଜି ଡାକ୍ତର ସଂଘ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଡାକ୍ତରଖାନାରେ ଡାକ୍ତରମାନେ ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଜରୁରୀକାଳୀନ ସେବା ଜାରି ରହିଛି । 

ଅଧିକ ପଢ଼ନ୍ତୁ: Love Jihad Case: କ'ଣ ଥିଲା ଅଭିଯୁକ୍ତ ସମୀର ମନସୁରର ରେକର୍ଡ, ଆତଙ୍କୀ ନୁହେଁ ତ!

Murder Murder Case Chennai Crime News Doctor Hospital
Advertisment
Advertisment