Advertisment

Bhakta Das: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରି ଦିଆଗଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ନେତାଙ୍କ ଉପରୁ ହଟିଲା ନିଲମ୍ବନ ନିର୍ଦ୍ଦେଶ

ନେତାଙ୍କ ଉପରୁ ହଟିଲା ନିଲମ୍ବନ ନିର୍ଦ୍ଦେଶ

ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଭକ୍ତ ଚରଣ ଦାସଙ୍କ ବଡ଼ ଘୋଷଣା । ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ଭକ୍ତ ଦାସ ଶୁକ୍ରବାର ଏକ ପ୍ରେସ୍‌ ରିଲିଜ୍‌ ଜାରି କରିଛନ୍ତି । ଏହି ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ ସେ ପୁଣି ଥରେ ପୁରୁଣା କଂଗ୍ରେସ ନେତା ଓ କର୍ମୀଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।

Advertisment

ତେବେ ଆଜି ଜାରି ହୋଇଥିବା ପ୍ରେସ୍‌ ରିଲିଜରେ ଲେଖା ରହିଛି କି, “ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ଚାଲି ଯାଇଛନ୍ତି ସେମାନେ ପୁଣିଥରେ କଂଗ୍ରେସକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।”

ଅଧିକ ପଢ଼ନ୍ତୁ: ଘଡାଇ ଖୋଲିଲେ କୋରେଇ ଗୁମର, ବିଜେଡି ଚକ୍ରାନ୍ତର ଗୁମର ପଦାକୁ ଆଣି କଲେ ବିଷୋଦଗାର

Advertisment

ତେବେ ଭକ୍ତ ଦାସଙ୍କ ଏହି ‘ମାଷ୍ଟରଷ୍ଟ୍ରୋକ’କୁ ନେଇ ରାଜନୀତିକ ମହଲରେ ହଟଚମଟ ଆରମ୍ଭ ହୋଇଛି । ଭକ୍ତଙ୍କ ଏଭଳି ଆଭିମୁଖ୍ୟ ସୁଦୃଢ଼ ବିରୋଧୀ ଦଳର ଅଭାବକୁ ପୂରଣ କରିବାରେ ସହାୟକ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଏମିତିକି ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ସୁଦୃଢ଼ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଭକ୍ତ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ହେବା ପରେ ଭୁବନେଶ୍ୱରରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଂକଳ୍ପ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପଦଯାତ୍ରାକୁ ସୁପରିଚାଳନା କରିବାକୁ ଏକ ୧୭ ଜଣିଆ ସମନ୍ୱୟ କମିଟି ଗଠନ କରିଛନ୍ତି । ଏହି ସଂକଳ୍ପ ଯାତ୍ରା କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଦେବାଶୀଷ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି ।

କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମହମ୍ମଦ ମୋକିମ, ବିଧାୟକ ରମେଶ ଜେନା,ଦାଶରଥୀ ଗମାଙ୍ଗୋ,ସିଏସ ରାଜନ ଏକ୍କା, କାଡ୍ରାକା ଆପଲା ସ୍ୱାମୀ, ଅଶୋକ କୁମାର ଦାସ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର,ଉମାବଲ୍ଲଭ ରଥ, ନବଜ୍ୟୋତି ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ବିଶ୍ୱଜିତ୍ ଦାଶ, ବିଶ୍ୱଭୂଷଣ ଦାଶ, ମନୋଜ ଜେନା, ରଞ୍ଜିତ ପାତ୍ର, ୟାସିର ନୱାଜ ଓ ଉଦିତ ନାରାୟଣ ପ୍ରଧାନ ରହିଛନ୍ତି । ଏହି ସଂକଳ୍ପ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ଏବେଠୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଖୁବଶୀଘ୍ର ସରିବ ନିଗମ-ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା

Congress OPCC Bhakta Charan Das
Advertisment
Advertisment