ବଦଳିବ ମହାନଦୀର ରୂପରେଖ । ସାବରମତୀ ଭଳି ସୁନ୍ଦର ହେବ କଟକର ମହାନଦୀ ପଠା । ୨୦୦ କୋଟି ଟଙ୍କାରେ ମହାନଦୀ ରିଭରଫ୍ରଣ୍ଟ ଯୋଜନା କାର୍ଯ୍ୟକାରୀ ହେବ । ମହାନଦୀ ଅବବାହିକାକୁ ସୁନ୍ଦର କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆଗ୍ରହ ଦେଖାଇଛନ୍ତି ସରକାର । ଯାହା ଅର୍ଥନୈତିକ ଅଭିବୃଦ୍ଧିରେ ବେସ୍ ସହାୟକ ହେବ।
ନୁଆ ରୂପ ପାଇବ ମହାନଦୀ। ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ମହାନଦୀ ପଠା । ଆମ ରାଜ୍ୟର ଲାଇଫଲାଇନ କୁହାଯାଉଥିବା ମହାନଦୀ ହେବ ମହାନଦୀ ବିହାର। ମହାନଦୀ ରିଭରଫ୍ରଣ୍ଟ ଯୋଜନା କାର୍ଯ୍ୟକାରୀ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଟକ ବାଲିଯାତ୍ରାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ୫୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଏଥିପାଇଁ ଆଉ ଦେଢ ଶହ କୋଟି ଟଙ୍କା ଦିଆଯିବ। ୨ ଶହ କୋଟିରେ ସମ୍ବଲପୁର ଏବଂ କଟକରେ ମହାନଦୀ ରିଭରଫ୍ରଣ୍ଟ ହେବ । ମହାନଦୀ ଅବବାହିକାକୁ ଆହୁରି ସୁନ୍ଦର କରିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା ହାତକୁ ନିଆଯିବ। ପର୍ଯ୍ୟଟନର ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Also Read
ଅଧିକ ପଢ଼ନ୍ତୁ: ବାଲିଯାତ୍ରା ପାଇଁ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ...
କଟକରେ ଆୟୋଜିତ ହେଉଛି ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେଉଛି। ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟଙ୍କୁ ଆକୃଷ୍ଟ କରିବାକୁ ହେଲେ କଟକର ଗରିମାକୁ ବୃଦ୍ଧି କରିବାକୁ ହେବ । ଆଉ ଏଥିପାଇଁ ମହାନଦୀ ରିଭରଫ୍ରଣ୍ଟର ପରିକଳ୍ପନା । ଯେଉଁଠି ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯିବ, ପାର୍କ, ପାଦଚଲା ରାସ୍ତା, ଓପନ ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ ଆଦି ନିର୍ମାଣ ହେବ । କଟକର ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଏହା ଆଗକୁ ନେବ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।
ଦେଶର ସର୍ବବୃହତ ରିଭରଫ୍ରଣ୍ଟ ଗୁଜରାଟର ସାବରମତୀରେ ରହିଛି । ଦେଶ ବିଦେଶରୁ ପର୍ଯ୍ୟଟଙ୍କୁ ଏଠାକୁ ଟାଣି ଆଣୁଛି । ଠିକ୍ ସେହିଭଳି ଝଲସିବ ମହାନଦୀ ପୀଠ । କେବଳ ସେତିକି ନୁହେଁ, ମହାନଦୀ ଅବବାହିକାରେ ମୃତ୍ତିକା କ୍ଷୟ ରୋକିବା, କୂଳର ସୌନ୍ଦର୍ଯ୍ୟକରଣ ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ରିଭରଫ୍ରଣ୍ଟ ବେସ୍ ସହାୟକ ହେବ ।
ଅଧିକ ପଢ଼ନ୍ତୁ: କଟକ ବାଲିଯାତ୍ରା ପଡିଆରେ ସିନେମା ମଜା; ରଙ୍ଗୀନ ଆଲୁଅରେ ଚକ୍ ମକ୍ କରୁଛି କଳା ଧଳା ଚଳଚ୍ଚିତ୍ର