Advertisment

Cuttack Bali Yatra 2024: କଟକ ବାଲିଯାତ୍ରା ପଡିଆରେ ସିନେମା ମଜା; ରଙ୍ଗୀନ ଆଲୁଅରେ ଚକ୍ ମକ୍ କରୁଛି କଳା ଧଳା ଚଳଚ୍ଚିତ୍ର

ପୂର୍ବ ଭାରତର ସର୍ବବୃହତ୍ ବାଣିଜ୍ୟିକ ମହାକୁମ୍ଭ ପାଇଁ କଟକ ମହାନଦୀ ପଠା ସମ୍ପୂର୍ଣ୍ଣ ଲୋକାରଣ୍ୟ। ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ କିଛି ନୂଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Cuttack Bali Yatra 2024

ଉଛୁଳି ଉଠୁଛି ବାଲିଯାତ୍ରା ମେଳା ପଡ଼ିଆ। ପୂର୍ବ ଭାରତର ସର୍ବବୃହତ୍ ବାଣିଜ୍ୟିକ ମହାକୁମ୍ଭ ପାଇଁ କଟକ ମହାନଦୀ ପଠା ସମ୍ପୂର୍ଣ୍ଣ ଲୋକାରଣ୍ୟ। ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ କିଛି ନୂଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କଟକ ଇନ୍ କଟକରେ ପୁରୁଣା ତଥା ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ରକୁ ସୋ' କେସ୍ କରାଯାଇଛି। ସେହିପରି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ ଏବଂ ଇନଫିନିଟି ୱାର୍ଲଡ ମନୋରଞ୍ଜନର ପ୍ରମୁଖ ଆକର୍ଷଣ ସାଜିଛି। 

Advertisment

ରଙ୍ଗୀନ ଆଲୁଅରେ ଚକ୍ ମକ୍ କରୁଛି କଳା ଧଳା ଚଳଚ୍ଚିତ୍ର। ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ, ଓଡ଼ିଆ ଅସ୍ମିତାର କିଛି ଶ୍ରେଷ୍ଠ ନିଦର୍ଶନ। ସୀତା ବିବାହ, ହୀରା ଲିଳା, ଗପ ହେଲେ ବି ସତ, ଚିହ୍ନା ଅଚିହ୍ନା ପରି ପୁରୁଣା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର ଲାଗିଛି ସମ୍ଭାର। ବାଲିଯାତ୍ରାର କଟକ ଇନ୍ କଟକ ଗ୍ୟାଲେରୀରେ ସୋ କେସ୍ କରାଯାଇଛି ଓଡ଼ିଆ କିମ୍ବଦନ୍ତୀ ଚଳଚ୍ଚିତ୍ରକୁ। ଯିଏ ଯାଉଛି, ଘଡିଏ ଅଟକି ଯାଉଛି ପୋଷ୍ଟର ଗ୍ୟାଲେରୀରେ। ମୋବାଇଲ୍ କ୍ୟାମେରାରେ କଏଦ କରିନେଉଛି ନିଜକୁ। ପୁରୁଣା ଚଳଚ୍ଚିତ୍ରର ସାକ୍ଷୀ ବନିବାକୁ ଗ୍ୟାଲେରୀ ଭିତରେ ଆମ୍ପି ଥିଏଟର ବି ହୋଇଛି। ଅଡିଓ ମାଧ୍ୟମରେ ପ୍ରଦର୍ଶିତ ହେଉଛି କିଛି ଲୋକପ୍ରିୟ ଚଳଚ୍ଚିତ୍ରର ସଂଳାପ ଓ ମନଛୁଆଁ ସଙ୍ଗୀତ।

ଅଧିକ ପଢ଼ନ୍ତୁ: ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ...

Advertisment

ଏଥର ବାଲିଯାତ୍ରାର ସୋ ଷ୍ଟପର ରହିଛି ଇନଫିନିଟି ୱାର୍ଲଡ। ଅନନ୍ତ ଦୁନିଆ ଭିତରେ ଦର୍ଶକଙ୍କୁ ଯୋଗାଉଛି ମନୋରଞ୍ଜନର ଭରପୁର ଖୋରାକ। ହଲିଉଡ୍ ଚର୍ଚ୍ଚିତ ଫିଲ୍ମ ଅବତାର ଆନିମେସନର ଥିମ୍ ରେ ତିଆରି ହୋଇଛି ଇନଫିନିଟି ୱାର୍ଲଡ। 

ଏଥିସହ ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ ବି ବେଶ୍ ଚର୍ଚ୍ଚା ସାଉଁଟୁଛି। ଯେଉଁଠି ସ୍ଥାନ ପାଇଛି ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆ ପରି ଦେଶ ସହ ଆମର ନୌବାଣିଜ୍ୟ ପରମ୍ପରା। କେବଳ ଏତିକି ନୁହେଁ, ନଦୀ ଭିତରେ ଓଡ଼ିଶାର ମହାପୁରୁଷ ଓ ଇତିହାସର ବ୍ୟାଖ୍ୟା କରୁଛି ସ୍ବତନ୍ତ୍ର ଡ୍ରୋନ୍ ସୋ। ଚଳିତବର୍ଷ ଉପର ଓ ତଳ ପଡ଼ିଆକୁ ମିଶାଇ ୩୨ ଏକର ଜାଗାରେ ୨୫୦୦ରୁ ଅଧିକଷ୍ଟଲ୍ ଲାଗିଛି।

ଅଧିକ ପଢ଼ନ୍ତୁ: Bali Jatra Ban: ଦୁଇ ଗୋଷ୍ଠୀ ଲାଗିଲେ ମାରପିଟ୍, ବନ୍ଦ ହେଲା ବାଲିଯାତ୍ରା !

Cuttack Bali Yatra
Advertisment
Advertisment