• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବଡ଼ ଖବର । ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଦିଆଗଲା ଏତଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ଅଭିଯୋଗ ହୋଇଛି । ମହାପ୍ରଭୁଙ୍କ ନାଁରେ ଥିବା ଜମି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ କରାଯାଇଛି । 

ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ ଅଭିଯୋଗ କରାଯାଇଛି । ମୋଟ ୧୦୯ଟି ପ୍ଲଟକୁ ବେଆଇନ ଭାବେ ହାତେଇବା ଉଦ୍ୟମ ଅଭିଯୋଗ ହୋଇଛି । ଏସବୁ କଦାପି ବରଦାସ୍ତ କରାଯିବନି କହିଲା ଶ୍ରୀମନ୍ଦିର ପ୍ରଶାସନ । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । 

ଅଧିକ ପଢନ୍ତୁ: ରତ୍ନଭଣ୍ଡାରରେ ନାହିଁ ସୁଡ଼ଙ୍ଗ କି ଗୁପ୍ତ କୋଠରୀ ! ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟ ବାଡ଼ଗ୍ରାହୀ

OTV is now on Whatsapp

Join and get latest news update delivered to you via whatsapp

Join Now