Advertisment

ରତ୍ନଭଣ୍ଡାରରେ ନାହିଁ ସୁଡ଼ଙ୍ଗ କି ଗୁପ୍ତ କୋଠରୀ ! ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟ ବାଡ଼ଗ୍ରାହୀ

କାର୍ତ୍ତିକ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି । ସବୁ ତଥ୍ୟ ସାର୍ବଜନୀନ କରିବା ଲାଗି ଭକ୍ତ-ସେବକଙ୍କ ଦାବି ।

author-image
Satyendu Shekher Mishra
undefined

Ratna Bhandar

ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ ଅଧିକ କୋଠରୀ କି ଗୁପ୍ତ ସୁଡ଼ଙ୍ଗ। ନିଜେ ଆଇନମନ୍ତ୍ରୀ ଏହି ସୂଚନା ଦେବା ସହ କାର୍ତ୍ତିକ ମାସ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି ହେବ ବୋଲି କହିଛନ୍ତି। ତେଣେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ବରିଷ୍ଠ ଦଇତାପତି କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମିତିକି ASI ତଥ୍ୟର ସାର୍ବଜନୀନ କରିବାକୁ ଦାବି କଲେଣି।

Advertisment

ରତ୍ନଭଣ୍ଡାର ଭିତରେ ନାହିଁ ଗୁପ୍ତ ସୁଡ଼ଙ୍ଗ । ମହାପ୍ରଭୁଙ୍କ ଅଳଙ୍କାର ଭଣ୍ଡାରରେ ବି ନାହିଁ ଅଧିକ ଗୁପ୍ତ କୋଠରୀ । ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାରକୁ ନେଇ ଲାଗି ରହିଥିବା ସସପେନସରେ ଆଜି ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି-ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାର ଭିତରେ କୌଣସି ସୁଡ଼ଙ୍ଗ କି ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି। ତେବେ ଏନେଇ ASIର ଚୂଡ଼ାନ୍ତ ସର୍ଭେ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ। 

ତେବେ ଭଣ୍ଡାର ଗୃହରେ ଫାଟ ଥିବା ସ୍ପଷ୍ଟ ହୋଇଛି ଓ କାର୍ତ୍ତିକ ମାସ ଭିଡ଼ ପରେ ଏହାର ମରାମତି ASI ଆରମ୍ଭ କରିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରାୟ ଦେଢ଼ ମାସ ଭିତରେ ମରାମତି ସରିଲେ ନୂଆବର୍ଷରୁ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବାବେଳେ ୧୯୭୮ ମସିହାର ଅଳଙ୍କାର ତାଲିକାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ପୃଥ୍ୱୀରାଜ।

Advertisment

ମହାପ୍ରଭୁ ଜଗନ୍ନାଥଙ୍କ ଯେଉଁ ଦୁର୍ଲଭ ରତ୍ନଭଣ୍ଡାରକୁ ନେଇ ଅନେକ କାହାଣୀ ଓ ଅନେକ ରହସ୍ୟ। ସେଥିରେ ପୁଣି ଗୁପ୍ତ କୋଠରୀ କି ସୁଡ଼ଙ୍ଗ ନାହିଁ, ଏକଥାକୁ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର। ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି-ରାଜ୍ୟରେ ୨୪ ବର୍ଷ ଧରି ଥିବା ପୂର୍ବ ସରକାର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଥିଲେ, ହେଲେ ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିଛନ୍ତି, ଯେହେତୁ ରତ୍ନଭଣ୍ଡାର ଭିତରକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଟିମ୍ ଯାଉଛନ୍ତି, ବହୁ କଥା ଗୁପ୍ତ ରଖୁଛନ୍ତି । ତେଣୁ ଥରେ ତା ଭିତରକୁ ଗଣମାଧ୍ୟମଙ୍କୁ ପ୍ରବେଶ ଅନୁମତି ଦେଲେ ସବୁ ଦ୍ୱନ୍ଦ୍ୱ ହଟିଯିବ ବୋଲି ପ୍ରସ୍ତାବ ଦେଇଛନ୍ତି।

ସେହିପରି ବିନାୟକ ଦାସ ମହାପାତ୍ର କହିଛନ୍ତି- ASI ସର୍ଭେ ରିପୋର୍ଟ ଠିକ୍ କି ଭୁଲ୍ ଏବଂ ଅଳଙ୍କାର ମେଳକ ତଥ୍ୟକୁ ସାର୍ବଜନୀନ କରାଗଲେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରୁ ସଂଶୟ ଦୂର ହୋଇଯିବ। ତେଣେ ଭକ୍ତ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ କହିଲେଣି ଗଣତି ଓ ମଣତିର ଡିଜିଟାଇଜେସନ କରାଯାଇ ଅଳଙ୍କାର ସବୁର ନାଁ ଓ ମୂଲ୍ୟାଙ୍କନ କରାଯାଇ ତାହାର ତଥ୍ୟ ଦିଆଯାଉ ଓ ସେସବୁକୁ ପକାଇ ନରଖି ଠାକୁରଙ୍କ ସେବାରେ ଲଗାଯାଉ।

ବର୍ଷ ବର୍ଷ ଧରି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ରହସ୍ୟମୟ ହୋଇ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ଖୋଲାନଯିବା ଓ ଏହାର ଡୁପ୍ଲିପେଟ୍ ଚାବି ମିଳିବାକୁ ନେଇ ତମ୍ବିତୋଫାନ ଲାଗି ରହିଥିଲା। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ସ୍ୱତନ୍ତ୍ର SOPରେ ରତ୍ନଭଣ୍ଡାର ଖୋଲାଯିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

Srimandir Lord Jagannath Ratna Bhandar
Advertisment
Advertisment