Advertisment

KIIT Founder Achyuta Samanta Viral Audio: ‘ଫାଉଣ୍ଡର ସାମନ୍ତ କହିଥିଲେ, ମୁଁ ତୁମକୁ ଦେଖାଉଛି...ମୁଁ କ’ଣ କରିପାରେ’

ସାମନ୍ତ କହିଥିଲେ, ଏ ତ ସାଧାରଣ କଥା । ଏହି ସମୟରେ ଠେଲାପେଲା ମଧ୍ୟରେ ଫାଉଣ୍ଡର ତଳେ ପଡ଼ି ଯାଇଥିଲେ । ପରେ ଫାଉଣ୍ଡର କହିଥିଲେ, ମୁଁ ତୁମକୁ ଦେଖାଉଛି । ମୁଁ କଣ କରିପାରେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
KIIT Founder Achyuta Samanta Viral Audio: Local goons assaulted hostel inmates, alleges student in viral audio

ସାମନ୍ତ କହିଲେ...ମୁଁ ଦେଖାଉଛି କ’ଣ କରିପାରେ

କିଟ୍ ଛାତ୍ରୀ ମୃତ୍ୟୁ ଘଟଣା ପରେ ପଦାକୁ ଆସିଛି ଏକ ସାଂଘାତିକ ଭାଇରାଲ ଅଡିଓ । ଅଡିଓରେ ଶୁଣିବାକୁ ମିଳିଛି, ଘଟଣା ଦିନ ଗଣ୍ଡଗୋଳ ବିଷୟରେ ଫୋନରେ ବିସ୍ତୃତ ଭାବେ ନିଜ ସଂପର୍କୀୟଙ୍କୁ ଜଣେ ଛାତ୍ର କହୁଥିବାର । ଫୋନରେ ଛାତ୍ରଙ୍କ କହିବାନୁଯାୟୀ, ସକାଳୁ କ୍ୟାମ୍ପସ-୬ ଆଗରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ସକାଳ ୬ଟା ସମୟରେ ଫାଉଣ୍ଡର ସାମନ୍ତ ଆସିଥିଲେ । ପିଲାମାନେ ତାଙ୍କୁ ଅଭିଯୋଗ କରିଥିଲେ । ରାତି ତମାମ ଆମେ ଅଭିଯୋଗ କରିଛୁ କେହି କିଛି ଶୁଣୁନାହାନ୍ତି ।

Advertisment

ଅଧିକ ପଢ଼ନ୍ତୁ: ‘ମୋ ଝିଅ ସହ ଯାହା ହେଲା, ଅନ୍ୟ କାହା ସହ ଏମିତି ନ ହେଉ’

ଏହାର ଉତ୍ତରରେ ସାମନ୍ତ କହିଥିଲେ, ଏ ତ ସାଧାରଣ କଥା । ଏହି ସମୟରେ ଠେଲାପେଲା ମଧ୍ୟରେ ଫାଉଣ୍ଡର ତଳେ ପଡ଼ି ଯାଇଥିଲେ । ପରେ ଫାଉଣ୍ଡର କହିଥିଲେ, ମୁଁ ତୁମକୁ ଦେଖାଉଛି, ମୁଁ କଣ କରିପାରେ। ପରେ ହଷ୍ଟେଲରେ ଲାଠିଚାର୍ଜ ହେଲା । ଆଉ କିଛି ଲୋକାଲ ଗୁଣ୍ଡା ଆସି ପିଟାପିଟି କରିଥିଲେ। ପରେ ହଷ୍ଟେଲ ଖାଲିକରିବାକୁ କୁହାଗଲା । ୮ଟାରେ ନୋଟିସ୍‌ ଆସିଲା ୫ ମିନିଟରେ ହଷ୍ଟେଲ ଛାଡ଼ ବୋଲି କୁହାଯାଇଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅଡିଓର ସତ୍ୟତା ଓଟିଭି ସ୍ପଷ୍ଟ କରିପାରୁନାହିଁ ।

Advertisment

ସେପଟେ ଗତକାଲି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ମୃତ ଛାତ୍ରୀଙ୍କ ବାପା । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ କହିଛନ୍ତି, ମୋ ଝିଅ ସହ ଯାହା ହେଲା, ତାହା 'ଅନ୍ୟ କାହା ସହ ନହେଉ । ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏମିତି କରାନଯାଉ। କିଟ୍‌ ବିଶ୍ବ ବିଦ୍ୟାଳୟରେ ପ୍ରାଣ ହରାଇଥିବା ନେପାଳୀ ଛାତ୍ରୀଙ୍କ ବାପା, ଝିଅ ମୃତ୍ୟୁରେ ମର୍ମାହତ ହୋଇ, ଏଭଳି ଭାବବିହ୍ବଳ ସ୍ବରରେ କହିଛନ୍ତି । ଆଜି ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ଲାଗି ଛାତ୍ରୀଙ୍କ ବାପା ଓ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଉଚ୍ଚ ଶିକ୍ଷା ପାଇଁ ଝିଅକୁ ଏତେ ଦୂର ପଠାଇଥିଲୁ । ହେଲେ ମୋ ଝିଅ ସହ ଯାହା ହେଲା ତାହା ଆଉ କାହା ସହ ନହେଉ ବୋଲି ମୃତ ଛାତ୍ରୀଙ୍କ ବାପା କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି ଓଡ଼ିଶା ସରକାର, ପୋଲିସ ଉପରେ ଭରସା ଅଛି, ନ୍ୟାୟ ମିଳିବ । ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ ହେଲେ, ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା। ସେ କହିଛନ୍ତି, 'KIIT ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ ହୋଇଛି । କାର୍ଯ୍ୟକ୍ରମରେ KIITରେ ପାଠ ପଢ଼ାଅ, ଭଲ ସ୍କୋପ୍ ଅଛି ବୋଲି କହୁଥିଲେ । ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ, ସୁରକ୍ଷା ବ୍ୟବସ୍ଥା ଭଲ ବୋଲି କହୁଥିଲେ। କିନ୍ତୁ ନେପାଳରୁ ପିଲା ଆସି ଏଠାରେ ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି’ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଝିଅଙ୍କ ପାଇଁ ମୋହନ ଆଣିଲେ ନୂଆ ଯୋଜନା, ବାହା କରିବେ ସରକାର

Viral Audio Bhubaneswar KIIT University Achyuta Samanta
Advertisment
Advertisment