• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଭୁବନେଶ୍ୱରର ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ । ଏନେଇ ମୃତକଙ୍କ ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସକାଳ ପ୍ରାୟ ୯ଟା ମଧ୍ୟରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ରବିବାର ଅପରାହ୍ଣରେ କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ ଏକ ରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ କ୍ୟାମ୍ପସରେ ଲାଗିରହିଥିଲା ହଙ୍ଗାମା । ଏବେ ବି କିଟ୍ କ୍ୟାମ୍ପସରେ ପୋଲିସ ମୁତୟନ ଅଛନ୍ତି ।

ଅଧିକ ପଢ଼ନ୍ତୁ: ଆମେ ଯେତିକି ମାଗଣା ଦେଉଛୁ, ତୁମ ଦେଶର ବଜେଟ୍‌ ସେତିକି ନୁହେଁ...

ଅନ୍ୟପଟେ କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଗିରଫ ହୋଇଥିବା ପୁରୁଷ ବନ୍ଧୁ ଆଦ୍ବିକ୍ ଶ୍ରୀବାସ୍ତବ ଜେଲ୍ ଯାଇଛି । ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଆବଶ୍ୟକ ପଡିଲେ ତାକୁ ରିମାଣ୍ଡର ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି । ଗତକାଲି ଇନଫୋସିଟି ଥାନା ପୋଲିସ ଆଦ୍ବିକ୍ ଶ୍ରୀବାସ୍ତବକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । 

ରାଜ୍ୟ ବାହାରକୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବାବେଳେ ଭୁବନେଶ୍ବର ଏୟାରପୋର୍ଟ ନିକଟରୁ ତାକୁ ଗିରଫ କରାଯାଇଥିଲା । ତା ନିଟକରୁ ଏକ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପକୁ ଜବତ କରିଛି ପୋଲିସ । ପଚରାଉଚରା ବେଳେ ନିଜ ଅପରାଧକୁ ସ୍ବୀକାର କରିଛି ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବ । ତା' ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ BNS ଧାରା ୧୦୮ ମାମଲା ରୁଜୁ ହୋଇଛି । ଆଦ୍ବିକ୍ ଘର ଲକ୍ଷ୍ନୌରେ । 

ପୋଲିସର କହିବା କଥା, ଦୁଇ ବର୍ଷ ପୂର୍ବେ ମୃତ ଛାତ୍ରୀଙ୍କ ସହ ଆଦ୍ବିକ୍ ଶ୍ରୀବାସ୍ତବର ଚିହ୍ନା ପରିଚୟ ହୋଇଥିଲା  । ତାହାରି ଭିତରେ ଛାତ୍ରୀଙ୍କ ଅଗୋଚରରେ ଆଦ୍ବିକ୍ ନିଜ ମୋବାଇଲରେ ଫଟୋ ଏବଂ ଭିଡ଼ିଓ ବି ଉଠାଇ ରଖିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଉପୁଜିଥିଲା । ଏହି ମାମଲାକୁ ନେଇ କିଟ୍ ଅଧିନରେ ଥିବା IRO ବିଭାଗ ଦୁଇ ଦୁଇ ଥର ଆପୋଷ ସମାଧାନ ବି କରିଥିଲା । ତଥାପି ଅଭିଯୁକ୍ତ ସଂପୃକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇଚାଲିଥିଲା । ଶେଷରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହେବାରୁ ନିର୍ଯାତନା ସହିନପାରି ଶେଷରେ ନିଜ ରୁମରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

OTV is now on Whatsapp

Join and get latest news update delivered to you via whatsapp

Join Now