/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751381911.jpg)
Lives At Risk
ଜୀବନ ଆଗ ନା ସର୍ଟକଟ୍। ଶୀଘ୍ର ପହଞ୍ଚିବା ଉଦ୍ଦେଶ୍ୟରେ ଜୀବନକୁ ବାଜିରେ ଲଗାଉଛନ୍ତି ଲୋକେ । ମୁଣ୍ଡ ଗଡ଼ୁଛି, ହେଲେ ସଚେତନତା ବଢ଼ୁନି। ଆଜି କି କାଲି ନୁହଁ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ହୋଇ ରହିଛି ବାଲେଶ୍ବର ଫାଣ୍ଡି ଛକରୁ ବସ୍ ଷ୍ଟାଣ୍ଡ ଯାଉଥିବା ଓଭର୍ ବ୍ରିଜ ତଳର ସର୍ଟକଟ୍ ରାସ୍ତା। ଫାଣ୍ଡି ଛକରୁ ବସ୍ ଷ୍ଟାଣ୍ଡକୁ ସର୍ଟ କଟ୍ ହୁଏ ରେଳ ଓଭର ବ୍ରିଜର ତଳ ରାସ୍ତା।
ଆଉ ଏହି ରେଳ ଲାଇନ୍ ଡେଇଁ ଦୈନିକ ଏମିତି ହାଜର ହଜାର ଲୋକେ ବିପଦପୂର୍ଣ୍ଣ ଭାବେ ପାରି ହୁଅନ୍ତି। ଟ୍ରେନ ଆସିଲେ କୌଣସି ସୁରକ୍ଷା ବଳୟ ନାହିଁ। ଟ୍ରେନ କଡ଼ରେ କିଏ ନିଶା ସେବନ କରୁଛି ତ ଆଉ କିଏ ନିଶାରେ ଚୁର୍ ହୋଇ ରେଳ ଲାଇନ୍ ଉପରେ ଶୋଇପଡ଼ିଛି। ବିଡ଼ମ୍ବନାର କଥା ଏହି ଲାଇନ୍ ହିଁ ଉତ୍ତର ଭାରତକୁ ଓଡ଼ିଶା ସହ ସଂଯୋଗ କରୁଥିବା ଟ୍ରେନ ଚଳାଚଳର ମୁଖ୍ୟ ଲାଇନ୍।
ଆଉ ଦୁର୍ଘଟଣା କଥା ଏଠି କାହାରି ହିସାବ ନାହିଁ। କିଛି କିଛି ଦିନ ଅନ୍ତରାଳରେ ଏଠି ଦୁର୍ଘଟଣାରେ ଚାଲିଯାଉଛି ନୀରିହ ଜୀବନ। ୧୯୮୫ ମସିହାରେ ବାଲେଶ୍ବରରେ ନିର୍ମାଣ ହୋଇଥିଲା ଓଡ଼ିଶାର ସର୍ବପୁରାତନ ଏହି ଉଡନ୍ତା ପୋଲ। ଆଉ ସେବେଠୁ ୪୦ ବର୍ଷ ଧରି ପୋଲ ତଳେ ଗଡ଼ିଛି ଅନେକ ଜୀବନ।
ବ୍ରିଜ ତଳ ସଂକୀର୍ଣ୍ଣ ରାସ୍ତା ସହ ଦୋକାନ ବଜାର ଥିବା ହେତୁ ଗହଳି ରହିଥାଏ । ସର୍ଟକଟ୍ ରାସ୍ତା ଭାବେ ବାଛିଥାନ୍ତି ଲୋକେ। ଓଭର୍ ବ୍ରିଜ ଥିବା ସତ୍ତ୍ବେ କାହିଁକି ଖୋଲା ପଡ଼ିଛି ଏହି ଫାଟକ। ସେପଟେ ଉପଜିଲ୍ଲାପାଳ ତୁରନ୍ତ ଘଟଣାକୁ ଗୁରୁତର ସହ ନେଇ ରେଳ ବିଭାଗକୁ ଚିଠି ମଧ୍ୟ କରିଛନ୍ତି। ଅନ୍ୟ ବିକଳ୍ପ କିମ୍ବା ଆବଶ୍ୟକ ପଡ଼ିଲେ ଏହି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ରେଳ ବିଭାଗକୁ ନିବେଦନ କରିଛନ୍ତି।
ଅନ୍ୟପଟେ ବାଲେଶ୍ବର ସାଂସଦ ମଧ୍ୟ କହିଛନ୍ତି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଫାଟକ ତଳର ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ।
Vigilance Arrests Soil Dept Official: ବନ୍ଧା ହେଲେ ଜମିଦାର ବାବୁ; ମିଳିଥିଲା ୨ଟି ଫାର୍ମହାଉସ୍ ସମେତ ୮୪ଏକର ଜମି...

No Petrol or Diesel for You in Delhi: ପୁରୁଣା ଗାଡ଼ିକୁ ତେଲ ମନା; ୧୫ ବର୍ଷରୁ ଅଧିକ ପେଟ୍ରୋଲ ଚାଳିତ ଗାଡ଼ିକୁ ଦିଆଯାଉନି ତେଲ...

Subarnarekha River Above Danger Mark: ବିପଦ ସଙ୍କେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା; ଆଉ ୫ ଦିନ ପ୍ରବଳ ବର୍ଷିବ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)