/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751370637.jpg)
Subarnarekha River Above Danger Mark
ଉତ୍ତର ଓଡିଶାରେ ବନ୍ୟା ସ୍ଥିତି। ବିପଦ ସଙ୍କେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା। ରାଜଘାଟରେ ବିପଦ ସଙ୍କେତ ଉପରେ ନଦୀର ଜଳସ୍ତର। ଭୋଗରାଇ ବ୍ଲକ୍ର ୧୫ ପଞ୍ଚାୟତର ୩୦ଟି ଗାଁ ପ୍ରଭାବିତ ହୋଇଛି। ସେପଟେ ବିପଦ ସଂକେତ ତଳେ ପ୍ରବାହିତ ଜଳକା ନଦୀର ବନ୍ୟାଜଳ। ବସ୍ତା ବ୍ଲକ ମଥାନିଠାରେ ସଂକେତ ତଳେ ପ୍ରହାବିତ ହେଉଛି। ବିପଦ ସଂକେତ ୬.୫୦ ମିଟର ଥିବାବେଳେ ୬.୫୯ରେ ପ୍ରବାହିତ ଜଳକା ନଦୀ। ବସ୍ତା ବ୍ଲକର ୧୦ଟି ଗାଁ ଜଳକା ବନ୍ୟା ଜଳରେ ପ୍ରଭାବିତ ହେଉଛି। ସେପଟେ ବାଲେଶ୍ବର ବାଲିଆପାଳରେ ବନ୍ୟା ଜଳରେ ଭାସିଯାଇଛନ୍ତି ଜଣେ ଯୁବକ। ବାଲିଆପାଳ ବ୍ଲକ୍ ବିଷ୍ଣୁପୁର ଗାଁର ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି।
ଏପଟେ ଆଉ ୫ ଦିନ ପ୍ରବଳ ବର୍ଷିବ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଆସନ୍ତାକାଲି ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର ।
ଅନ୍ୟପଟେ ବର୍ଷା ଆସିଲା, ସମସ୍ୟା ବଢିଲା । ଘରୁ ବାହାରିଲେ ପାଣିକାଦୁଅରେ ଯାଆସ କରୁଛନ୍ତି ଲୋକେ । କୌଣସି ଉପାନ୍ତ ନୁହେଁ, କେନ୍ଦୁଝର ସହର ୧୦ ନଂ ୱାର୍ଡ କୁଲାଡେରା ଅଞ୍ଚଳର ଏ ସମସ୍ୟା । ବର୍ଷା ଯୋଗୁଁ ରାସ୍ତାରେ ଦିନ ଦିନ ଧରି ପାଣି ଜମୁଥିବା ବେଳେ, ସ୍କୁଲ କଲେଜ ଯିବାରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ ।
କୁଲାଡେରା ଅଞ୍ଚଳରେ ଡ୍ରେନ୍ ନଥିବା ବେଳେ ରାସ୍ତାର ମଧ୍ୟ ମରାମତି ହୋଇନି । ଏଣୁ ବର୍ଷା ଆସିଲେ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢିଛି । କେବଳ ଯେ ଏହି ଗୋଟିଏ ୱାର୍ଡ ନୁହେଁ ବରଂ ୯, ୧୧ ଓ ୧୬ ନମ୍ବର ୱାର୍ଡ଼ରେ ବି ଜଳବନ୍ଦୀ ସମସ୍ୟା ଲାଗି ରହିଛି । ସେପଟେ ପୌର ନିର୍ବାହୀ ଅଧିକାରୀ କହିଛନ୍ତି, କିଛି ରାସ୍ତାର ଟେଣ୍ଡର୍ କାର୍ଯ୍ୟ ଶେଷ ହୋଇଛି, ଜଳବନ୍ଦୀ ସ୍ଥାନରେ ମୋଟର ଲଗାଇ ଜଳ ନିଷ୍କାସନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)