Advertisment

KIIT Student Suicide Row: 'ଶିକ୍ଷା ନାଁ ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ନିର୍ଯାତନା ଦେଉଛି କିଟ୍'

ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର କହିଛନ୍ତି କିଟ୍‌ରେ ଶିକ୍ଷା ନା ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି । କିଟ୍‌ ଯୋଗୁଁ ଏବେ ବିଶ୍ୱ ରେ ନିନ୍ଦିତ ହେଲାଣି ଓଡିଶା । ଗତ କିଛି ବର୍ଷରେ କିଟ୍‌ରେ ୧୦ ରୁ ୧୫ ଜଣ ଆତ୍ମହତ୍ୟା କଲେଣି ।

ଅଦ୍ୟତନ ହୋଇଛି
Youth Congress

Achyuta Samanta Arrest Demand

Advertisment

କିଟ୍‌ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ଉଠୁଛି ପଡୁଛି ଓଡିଶା । ବିଭିନ୍ନ ଛାତ୍ର ସଂଗଠନ ଏହି ଘଟଣାକୁ ବିରୋଧ ସହ ବିକ୍ଷୋଭ କରୁଛନ୍ତି । ଏହି କ୍ରମରେ କଂଗ୍ରେସ ମଧ୍ୟ ଅସନ୍ତୋଷ ଝାଡ଼ିବା ସହ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି । ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର କହିଛନ୍ତି କିଟ୍‌ରେ ଶିକ୍ଷା ନା ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି । କିଟ୍‌ ଯୋଗୁଁ ଏବେ ବିଶ୍ୱ ରେ ନିନ୍ଦିତ ହେଲାଣି ଓଡିଶା । ଗତ କିଛି ବର୍ଷରେ କିଟ୍‌ରେ ୧୦ ରୁ ୧୫ ଜଣ ଆତ୍ମହତ୍ୟା କଲେଣି । ଅପରପକ୍ଷେ ଯୁବ କଂଗ୍ରେସ କିଟ୍‌ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ମଧ୍ୟ ଦାବୀ କରିଛି । ଦୁଇ ଦିନ ଭିତରେ ଅଚ୍ୟୁତଙ୍କୁ ଗିରଫ ନ କଲେ କିଟ୍‌ ବିଶ୍ୱ ବିଦ୍ୟାଳୟ ସହ କମିଶନରେଟ ପୋଲିସ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି ଯୁବ କଂଗ୍ରେସ ।

Advertisment

ଅପରପକ୍ଷେ କଂଗ୍ରେସ ନେତା ୟାସିର ନୱାଜ କହିଛନ୍ତି ଶକ୍ତି ଲଗାଇ ଅଚ୍ୟୁତ ସାମନ୍ତ ନିଜ ଛାତ୍ରଙ୍କୁ ନିର୍ଯାତନା ଦେଉଛନ୍ତି। ଗୁଣ୍ଡା ଲଗାଇ ନିରୀହ ଛାତ୍ର ଛାତ୍ରୀଙ୍କୁ ମାଡ଼ ମରା ଯାଉଛି । ମୃତ ଛାତ୍ରୀ ମାନସିକ ନିର୍ଯାତନା ନେଇ ଅଭିଯୋଗ କରିଥିଲେ ହେଲେ କଲେଜ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ଭୁଲିଗଲେ । ଅଚ୍ୟୁତଙ୍କ ଯୋଗୁଁ ନେପାଳ ସହ ଭାରତର ସମ୍ପର୍କ ଖରାପ ହେବାକୁ ଯାଉଛି । ଅନ୍ୟପଟେ କାହିଁକି ପୋଲିସ ଓ ରାଜ୍ୟ ସରକାର ଛାତ୍ରୀଙ୍କୁ ଧମକାଉଥିବା ମହିଳା ଓ ଅଚ୍ୟୁତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିନାହାନ୍ତି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । କିଟ୍‌ର ପୁରୁଣା ଜମି କେଳେଙ୍କାରୀ ଖୋଲିବା ସହ ଅଚ୍ୟୁତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ନେବେ ଘୋଷଣା କରନ୍ତୁ ବୋଲି ଦାବୀ କରିଛନ୍ତି କଂଗ୍ରେସ ନେତା ୟାସିର ନୱାଜ ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ...

ଅପରପକ୍ଷେ କିଟ୍ କାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଦ୍ବାରା ମାମଲାର ତଦନ୍ତ କରାଯିବ । ଏଥିପାଇଁ ୩ଟି ବିଭାଗର ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ସଦସ୍ୟ ଅଛନ୍ତି । 

Advertisment

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଓ ଏହାକୁ ନେଇ ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ କରାଯିବା ମାମଲାର ତଦନ୍ତ କରାଯିବ । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସେହିପରି କିଟ୍ କ୍ୟାମ୍ପସରେ ସ୍ଥିତିକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ଭୁବନେଶ୍ବର ଏଡିଏମ୍ ଉପସ୍ଥିତ ରହିବେ । 

ସେପଟେ କିଟ୍ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କ୍ୟାମ୍ପସ୍  ଛାଡ଼ିଥିବା ପିଲା ବର୍ତ୍ତମାନ କେଉଁଠି ଅଛନ୍ତି ଜଣାଇବେ ଏବଂ କେତେ ପିଲା ଫେରୁଛନ୍ତି ଘଣ୍ଟାକୁ ଘଣ୍ଟା ଅନ୍ତରରେ ରିପୋର୍ଟ କରିବେ କିଟ୍ କର୍ତ୍ତୃପକ୍ଷ । ଫେରୁଥିବା ପିଲାଙ୍କ ବିରୋଧରେ ପ୍ରତିଶୋଧ ନିଆଯାଇପାରିବ ନାହିଁ । 

Advertisment

ଅଧିକ ପଢ଼ନ୍ତୁ: କିଟ୍‌ ତାତି: ୩ ଦିନ ପରେ ବି କାହିଁକି ଚୁପ୍‌ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ?

Odisha Youth Congress Achyuta Samanta KIIT University Syed Yashir Nawaz
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ